Advertisement

ଶଟ୍‌ସର୍କିଟ୍‌ରେ ଜଳିଗଲା ଘର, ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ

କୋରୁକୋଣ୍ଡା,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଶଟ୍‌ସର୍କିଟ ଯୋଗୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାନୁଯାୟୀ, ବାଲିମେଳା ଏନ୍‌ଏସିସ୍ଥିତ ୧ନଂ. ଓ୍ବାର୍ଡର ବାସିନ୍ଦା ମାଧବ ବାଜିଙ୍ଗଙ୍କ ଘରେ ହଠାତ୍‌ ଶଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଯାଇଥିଲା। ପରେ ନିଆଁ ଗୋଟିଏ ପରେ ଗୋଟିଏ ବଖରାକୁ ଧରିଥିଲା। ସ୍ଥାନୀୟ ଲୋକେ କୋରୁକୋଣ୍ଡାସ୍ଥିତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଲା ବେଳକୁ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିଲା। ସୌଭାଗ୍ୟବଶତଃ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି। ବାଜିଙ୍ଗ ଜଣେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share