ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ: ପୋଡ଼ି ହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା ଅଫିସ,୧୧।୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ହରିଓମ ବିହାରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ ଓ ୯ ବର୍ଷୀୟା ନାତୁଣୀ ଅଛନ୍ତି।

ସୂଚନାଯୋଗ୍ୟ, ବୃଦ୍ଧାଜଣକ ନିଜ ପୁଅ, ଭାଇ ଓ ଚାକର ସହ ଘରେ ରୁହନ୍ତି। କିଛି ଦିନ ହେବ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲିବା ପାଇଁ ଆସିଥିଲେ। ଗତ ରାତିରେ ଘରେ ସମସ୍ତେ ଶୋଇଥିଲେ। ତଳ ମହଲାରେ ବୃଦ୍ଧା ତାଙ୍କ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ତାଙ୍କ ଭାଇ ଓ ଘରର ଚାକର ଶୋଇଥିଲେ। ବିଳମ୍ବିତ ରାତିରେ ତଳ ମହଲାରେ ନିଆଁ ଲାଗିବାରୁ ସେମାନେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ପାଟି ଶୁଣି ପଡ଼ୋଶୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାଉରକେଲାର ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ଉପର ମହଲାରେ ଶୋଇଥିବା ୨ ଜଣ ସୁରକ୍ଷିତ ଥିବା ଜଣାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri