କୋରାପୁଟ,୨୦।୮(ସ୍ବ.ପ୍ର.): ପାଇଖାନା ଭୁଶୁଡ଼ି ଚାଲିଗଲା ନାବାଳକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସହର ଉପକଣ୍ଠ ଗାନ୍ଧୀନଗର ସ୍ଥିତ ନୂଆସାହିରେ। ସାହିର ସୁମନ୍ତ କୁମାର ଭାତ୍ରାଙ୍କ ବଡ ପୁଅ ପ୍ରୀୟାସୁ ସ୍ଥାନୀୟ ମାନସ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଶନିବାର ସକାଳୁଆ ବିଦ୍ୟାଳୟ ଥିବାରୁ ଭୋର୍ ୫ ଟାରେ ଶୌଚ ହେବା ପାଇଁ ପାଇଖାନା ଯାଇଥିବା ବେଳେ ପାଇଖାନାଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ପ୍ରୀୟାସୁ ପାଇଖାନାର କାନ୍ଥ ତଳେ ଚାପି ହୋଇଯାଇଥିଲେ। ସଙ୍ଗେସଙ୍ଗେ ଘର ଲୋକେ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ। ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କୋରାପୁଟ ଟାଉନ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।