ଭୁବନେଶ୍ୱର,୧୮।୭(ବ୍ୟୁରୋ): ଅପରାହ୍ନ ୪ଟା ଯାଏ ପୁଣି ଗୃହ ମୁଲତବୀ। ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାନୁସାରେ, ସୋମବାରଠୁ ଖାଉଟି ସାମଗ୍ରୀ ମହଙ୍ଗା ହୋଇଛି। ମୁଢ଼ି, ଚୁଡ଼ା, ପନିର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଅଟା, ମହୁ ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଛି । ଯାହାକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି ।