ଭୁବନେଶ୍ୱର,୨୧।୭(ବ୍ୟୁରୋ): ବିଧାନସଭା ଅଧିବେଶନରେ ଉଠିଲା ଇଡିର ଜେରା ପ୍ରସଙ୍ଗ । ଏହାକୁ ନେଇ ବିଧାନସଭାରେ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ବିଧାନସଭା ଗୁରୁବାର ଶୂନ୍ୟକାଳରେ ଇଡିର ଜେରା ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଯାହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ଭାଜପା ମୁହାଁମୁହାଁ ହୋଇଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।