ଘର ଭାଙ୍ଗିଦେଲେ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ, ୫ା୪: ଢେଙ୍କାନାଳ ସଦର ଥାନା ମହୁଲପୁଞ୍ଜି ଗ୍ରାମର ମହିଳା ସଚ୍ଚି ପଣ୍ଡାଙ୍କ ଘର କେତେଜଣ ବ୍ୟକ୍ତି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ଘଟଣା ୨ ତାରିଖରେ ଘଟିଛି। ଗ୍ରାମର କେତେଜଣ ଖଳ ପ୍ରକୃତିର ଲୋକ ତାଙ୍କ ଘର ଭାଙ୍ଗି ତାରବାଡ଼ ଘେରାଇ ଦେଇଛନ୍ତି। ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପରିବାର ସଦସ୍ୟ ମରଣାନ୍ତକ ଆକ୍ରମଣ କରିବା ସହ ମୋବାଇଲ ଛଡ଼ାଇ ନେଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ କରିବା ସତ୍ତ୍ୱେ ଭାପୁର ଫାଣ୍ଡି ପୋଲିସ ବିବାଦର ସମାଧାନ ଲାଗି ଆନ୍ତରିକତା ଦେଖାଇ ନ ଥିଲା। ତେଣୁ ସେ ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।

Share