ପଢୁଆଁଅଷ୍ଟମୀ ଆସିଲେ ପ୍ରଥମେ ଖୋଜା ପଡନ୍ତି ମାମୁଁ ଘର । ମାମୁଁ ଘରୁ ମାମୁଁ ଆସି ବଡ ଭଣଜା ଭାଣୀଜିଙ୍କୁ ପୋଢୁଆଁ କରିଥାନ୍ତି । ସେଥିପାଇଁ ମାମୁଁ ଘରକୁ ଅଷ୍ଟମୀ ବନ୍ଧୁ ବୋଲି ମଧ୍ୟ କୁହାଯାଇଥାଏ । ପ୍ରତ୍ୟେକ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରାଯାଏ । ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ସ୍ଵତନ୍ତ୍ର ପୂଜାବିଧ ଅନୁଷ୍ଠିତ ହୋଇଥାଏ ।