Posted inଫୁରସତ

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି ଘରକୁ ଗଡ଼ାଇ ପାରିବେ। ମନକୁ ପ୍ରଶ୍ନ ଉଠୁଥିବ ଘର ଗଡ଼ିବ କେମିତି? ତେବେ ପ୍ରକୃତ କଥା ହେଲା ଏହି ଘରଟି ଏକ ଅଟୋରେ ତିଆରି କରାଯାଇଛି। ଏହି ଘରକୁ ତାମିଲନାଡୁର ଅରୁଣ ପ୍ରଭୁ ନାମକ ଜଣେ ୨୩ ବର୍ଷୀୟ ଯୁବକ ତିଆରି କରିଛନ୍ତି। ଖାଲି ଏତିକି ନୁହେଁ, ଏହି ଘରେ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି କିଚେନ୍‌, ଟୟଲେଟ୍‌ ମଧ୍ୟ ରହିଛି। ଏହି ଘରେ ଦୁଇଜଣ ଲୋକ ବେଶ୍‌ ଆରାମରେ ରହିପାରିବେ। ଅଟୋ ଛାତରେ ଏକ ଆରାମଦାୟକ ଚେୟାର ମଧ୍ୟ ପଡ଼ିଛି। ଚାହିଁଲେ ଏଥିରେ ବସି ଖୋଲା ପବନକୁ ଉପଭୋଗ କରିପାରିବେ। ୩୬ ବର୍ଗ ଫୁଟରେ ନିର୍ମିତ ଏହି ଘରରେ ୨୫୦ ଲିଟରର ଏକ ଓ୍ବାଟର ଟ୍ୟାଙ୍କ ଥିବା ବେଳେ ୬୦୦ ଓ୍ବାଟ୍‌ର ସୋଲାର ପ୍ୟାନେଲ ଲାଗିଛି। ଛାତକୁ ଯିବାକୁ ଶିଡ଼ି ମଧ୍ୟ ରହିଛି।


ପୁରୁଣା ସାମଗ୍ରୀକୁ ରିସାଇକ୍ଲିଂ କରାଯାଇ ଏହି ଘର ତିଆରି କରାଯାଇଛି। ଏହି ଘର ତିଆରି କରିବାକୁ ଅରୁଣଙ୍କୁ ୫ ମାସ ଲାଗିଛି । ଘରଟି ବର୍ତ୍ତମାନ ସମସ୍ତଙ୍କ ପସନ୍ଦ ଆସୁଛି। ଅରୁଣ ବେଙ୍ଗାଲୁରୁର ଡିଜାଇନ ଏବଂ ଆର୍କିଟେକ୍ଟ କମ୍ପାନୀ ବିଲ୍‌ବୋର୍ଡ ସହିତ ମିଶି ଏହାକୁ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image