ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଗୁରୁବାର ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଗୃହକାର୍ଯ୍ୟ ଚାଲୁରହିଛି। ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଶେଷ ହେବ। ବଳକା ଟେଣ୍ଡର ଖୁବ୍ଶୀଘ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।