Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ,୧୩।୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ଆୟକର ବିଭାଗର ୨୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର କେତେକ ସ୍ଥାନରେ ଏହି ଚଢ଼ାଉ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟ କୁହାଯାଉଥିବା ଧର୍ମେନ୍ଦ୍ର ରାଠୋର ଓ ରାଜୀବ ଅରୋରାଙ୍କ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୨୪ଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରିଛି। ଅପରପକ୍ଷେ ଏହି ଚଢ଼ାଉ ନେଇ ରାଜସ୍ଥାନ ପୋଲିସକୁ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share