କୃଷି ଆଇନ ପ୍ରତ୍ୟାହାର ଦାବିରେ ଗୃହ କମ୍ପିଲା

ଭୁବନେଶ୍ୱର,୨୭।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ କୃଷି ଆଇନକୁ ବିରୋଧ କରି ବିଧାନସଭା ବାହାରେ କୃଷକ ସଂଗଠନଗୁଡ଼ିକ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଶୁକ୍ରବାର ବିଧାନସଭାରେ ଏହାର ତାତି ଦେଖିବାକୁ ମିଳିଥିଲା। ଏହି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ଶୁକ୍ରବାର ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। ହଟ୍ଟଗୋଳ କରି ଗୃହ କାର୍ଯ୍ୟକୁ ଠପ୍‌ କରି ଦେଇଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଚାଷୀ ବିରୋଧୀ ଆଇନ ପ୍ରତ୍ୟାହାର ଆମର ଦାବି…ଆମର ଦାବି, ଚାଷୀ ସୁରକ୍ଷା ଆମର ଦାବି…ଆମର ଦାବି… ସ୍ଲୋଗାନ ଦେଇ ବିଧାନସଭାକୁ ପ୍ରକମ୍ପିତ କରିଥିଲେ। ବାଚସ୍ପତି ସେମାନଙ୍କୁ ହଟ୍ଟଗୋଳରୁ ନିବୃତ୍ତ ରହିବାକୁ ଯେତେ ବୁଝାଇଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଶାନ୍ତ ହୋଇ ନ ଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧ ମିନିଟ ପରେ ୧୦ଟା ୩୧ରୁ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ପରିସ୍ଥିତିରେ କିଛି ପରିବର୍ତ୍ତନ ହୋଇ ନ ଥିଲା। କଂଗ୍ରେସ ସଦସ୍ୟମାନେ ପୁଣି ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ। ଚାଷୀମାନଙ୍କୁ ସୁରକ୍ଷା ଦେବା ଆମର ଦାବି … ଆମର ଦାବି… କହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବାଚସ୍ପତି ଏକ ଘୋଷଣା କରିଥିଲେ। କହିଥିଲେ ଯେ, ମାର୍ଚ୍ଚ ୨୫ ତାରିଖ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ସଂକଳ୍ପ ଶୁକ୍ରବାର କାର୍ଯ୍ୟପରାମର୍ଶଦାତା ବୈଠକରେ ଆଲୋଚନା ହେବାର ଥିଲା। ଶୁକ୍ରବାର ଗୃହରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିବାରୁ ସେହି ବୈଠକ ହୋଇପାରିବ ନାହିଁ। ଶନିବାର ଏହି ବୈଠକ ବସିବ ବୋଲି ସେ କହିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଥିଲେ। ହଟ୍ଟଗୋଳ ରୋକିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଅନ୍‌ଲାଇନରେ ଧାନ କିଣିବା ବ୍ୟବସ୍ଥା କରିଛନ୍ତି । ଯଦି ଜଣଙ୍କ ବାପାଙ୍କ ମୃତ୍ୟୁ ହୋଇଯାଉଛି ତେବେ ସେ ଆଧାର ଲିଙ୍କ୍‌ କରିପାରୁ ନାହାନ୍ତି। ସେମାନଙ୍କର ଧାନ ବିିକ୍ରି ହୋଇପାରୁ ନାହିଁ। ସରକାର ଏହା ଉପରେ ବିଚାର କରି ଏଭଳି ଚାଷୀଙ୍କର ଧାନ କିପରି ବିିକ୍ରି ହେବ ସେ ବିଷୟରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳରେ ମାତିଥାଆନ୍ତି। ବାଚସ୍ପତି ଅନ୍ୟ ଉପାୟ ନ ପାଇ ଗୃହକୁ ୧୧ଟା ୩୫ ମିନିଟରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ଅପରାହ୍ନରେ ମଧ୍ୟ ଗୃହ ସ୍ବାଭାବିକ ହୋଇପାରି ନ ଥିଲା। କଂଗ୍ରେସ ସଦସ୍ୟ ହୋହଲ୍ଲା କରିବାରୁ ଅପରାହ୍ନରେ ୪ଟା ୨ରୁ ୫ଟା ଏବଂ ପୁଣି ୫ଟା ୩୦ ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ବାରମ୍ବାର ହଟ୍ଟଗୋଳ ଯୋଗୁ ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଆଲୋଚନା ହୋଇ ନ ପାରି ଗିଲୋଟିନକୁ ଯାଇଛି। ବାଚସ୍ପତି ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri