Advertisement

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି ବିଟ୍‌ ବଡ଼ ଧନୁର୍ଜୟପୁର ଗ୍ରାମର ଟୁନା ମାଝିଙ୍କ ଖପର ଘର କାନ୍ଥ ଭାଙ୍ଗିବା ସହ ମୁଶାଖୋରି ମାଣ୍ଡିଆ ସାହିର ରଶ୍ମିତା ମୁଣ୍ଡାଙ୍କ ଆଜ୍‌ବେଷ୍ଟସ୍‌ ଘର କାନ୍ଥ ଭାଙ୍ଗି ଦେଇଛି। ଏଥି ସହ ଦନ୍ତା ଘର ଭିତରେ ଥିବା ଧାନ ଚାଉଳ ସବୁ ଖାଇଦେଇଛି। ଦନ୍ତା ଏବେ ମୂଷାଖୋରି ଗ୍ରାମ୍ୟ ଜଙ୍ଗଲରେ ଡେରା ପକାଇଥିବା ବନପାଳ ପିଅନ ନାଏକ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: elephant