ଲଗାଣ ବର୍ଷାରେ ପାପଡାହାଣ୍ଡିରେ ଘରେ ପଶିଲା ପାଣି

ପାପଡାହାଣ୍ଡି,୨୦।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ବହୁ ଘରେ ଓ ଦୋକାନଗୁଡିକରେ ବର୍ଷାଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରାୟ ୩ରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ଲକରେ ୨୮୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହା ସହ ଟୁରି ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବସଷ୍ଟାଣ୍ଡ ଛକ ନିକଟରେ ଥିବା ହାଟପଦା ସାହିରେ ବହୁ ଘରେ ପାଣି ପଶି ଯିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

Share