ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ

ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି ଦେଇଥିବା ଅଭଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି।