ମୁହଁ ଫେରାଇଲେଣି ଗୃହିଣୀ

ବଇଣ୍ଡା,୭।୬ ବଢ଼ି ବଢ଼ି ଚାଲିଛି ରନ୍ଧନଗ୍ୟାସ୍‌ ଦର। ସିଲିଣ୍ଡର ପିଛା ଦାମ୍‌ ହଜାରେ ଟଙ୍କା ଟପିଯିବା ପରେ ଆଉ ସହ୍ୟ କରିପାରୁନାହାନ୍ତି ଗୃହିଣୀ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସେମାନେ ଚିନ୍ତାରେ ଥିବାବେଳେ ରନ୍ଧନ ଗ୍ୟାସ୍‌ ଦର କ୍ରମାଗତ ଭାବେ ବଢ଼ାଯିବା ପରିବାର ଉପରେ ଅତିରିକ୍ତ ବୋଝ ଲଦି ଦେଉଛି। ତେଣୁ ରନ୍ଧନ ଗ୍ୟାସ୍‌ରୁ ମୁହଁ ଫେରାଇ ଏବେ ଗୃହିଣୀମାନେ କାଠ ଓ କୋଇଲା ଚୁଲିକୁ ଭରସା କରୁଥିବା ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବହୁଳ ଭାବେ ଦେଖିବାକୁ ମିଳୁଛି। କେବଳ ସାଧାରଣ ଗୃହିଣୀ ନୁହନ୍ତି, ଉଜ୍ଜଳା ଯୋଜନାର ହିତାଧିକାରୀମାନେ ମଧ୍ୟ ଏତେ ଅର୍ଥ ଦେଇ ଗ୍ୟାସ୍‌ ଉଠାଇବା ଦିଗରେ ଆଗ୍ରହୀ ନ ଥିବା ଦେଖାଯାଉଛି।
ଆଠମଲ୍ଲିକ ଉପଖଣ୍ଡରେ ମୋଟ୍‌ ୩୯ ହଜାର ୬୯୭ ଗ୍ୟାସ୍‌ ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ହଜାର ୩୬୧ ହେଉଛନ୍ତି ଉଜ୍ଜଳା ହିତାଧିକାରୀ। ଏମାନଙ୍କୁ ଗ୍ୟାସ୍‌ ଯୋଗାଣ ପାଇଁ ୪ଟି ବିତରକ ସଂସ୍ଥା ନିଯୁକ୍ତ ହୋଇଛନ୍ତି। କେବଳ ଆଠମଲ୍ଲିକ ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ନିକଟରେ ୧୨ ହଜାର ୫୫୩ ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୬ ହଜାର ୩୫୪ ହେଉଛନ୍ତି ଉଜ୍ଜଳା ଯୋଜନାର ହିତାଧିକାରୀ। ସେହିପରି ଠାକୁରଗଡ ଅଞ୍ଚଳ ପାଇଁ ଥିବା ବିତରକଙ୍କ ନିକଟରେ ୩୪୫୪ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୨୦ ଜଣ ଉଜ୍ଜଳା ଯୋଜନାରେ ସାମିଲ ହୋଇଛନ୍ତି। କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ମୋଟ୍‌ ୧୦ ହଜାର ୧୩୯ ଜଣ ଗ୍ରାହକଙ୍କ ମଧ୍ୟରୁ ୭ ହଜାର ୨୫୧ ଜଣ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। କିଶୋରନଗର ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କର ୧୩ ହଜାର ୫୫୧ ଜଣ ଗ୍ୟାସ ଗ୍ରାହକ ଥିବାବେଳେ ସେଥିରୁ ୯ ହଜାର ୨୩୬ ଜଣ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ଜଣାପଡିଛି। ୨୦୨୧ ମେ ଓ ଜୁନ ମାସରେ ଗ୍ୟାସ ସିଲିଣ୍ଡର ଦର ୮୫୩ ଟଙ୍କା ଥିବାବେଳେ ଜୁଲାଇରେ ୮୭୮.୫୦ ଟଙ୍କା, ଅଗଷ୍ଟରେ ୯୦୩.୫୦ ଟଙ୍କା, ସେପ୍ଟେମ୍ବରରେ ପୁଣି ୨୫ ଟଙ୍କା ବଢି ୯୨୮.୫୦ ଟଙ୍କା, ଅକ୍ଟୋବରରେ ୧୫ ଟଙ୍କା ବଢି ୯୪୩. ୫୦ ହୋଇଥିଲା। ୨୦୨୨ ମାର୍ଚ୍ଚରେ ପୁଣି ସରକାର ୫୦ ଟଙ୍କା ବଢାଇବାରୁ ଦର ୯୯୩.୫୦ ଟଙ୍କା ହୋଇଥିଲା। ମେ ୨୦୨୨ରେ ଆଉ ୫୩ ଟଙ୍କା ବଢାଯାଇଥିବାରୁ ଦର ଏବେ ୧୦୪୬.୫୦ ଟଙ୍କା ରହିଛି। କିଛି ମାସ ବ୍ୟବଧାନରେ ଦର ବଢୁଥିବାରୁ ରନ୍ଧନ ଗ୍ୟାସ୍‌ ବ୍ୟବହାର କରିବା ଏବେ ସାଧାରଣ ଗୃହିଣୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। କେବଳ ଜରୁରୀ ସମୟରେ ଗ୍ୟାସ ବ୍ୟବହାର କରୁଥିବା ଏହି ଗୃହିଣୀମାନେ ପୂର୍ବପରି କାଠ ଓ କୋଇଲା ଚୁଲିରେ ରୋଷେଇ କରୁଛନ୍ତି। ଉଜ୍ଜଳା ଯୋଜନାରେ ବିନା ମୂଲ୍ୟରେ ସଂଯୋଗ ପାଇଥିବା ଉପଖଣ୍ଡର ୨୫ ହଜାର ୩୬୧ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ସିଲିଣ୍ଡର ମଧ୍ୟ କିଣି ନ ଥିବା ଜଣାପଡିଛି। ଗ୍ୟାସ ଅପେକ୍ଷା କାଠ ଚୁଲି ଶସ୍ତା ପଡୁଥିବା କେତେଜଣ ହିତାଧିକାରୀ ପ୍ରକାଶ କରିଛନ୍ତି। ଆଠମଲ୍ଲିକ ଅଞ୍ଚଳର ଗ୍ୟାସ ବ୍ୟବସାୟୀ ଅଞ୍ଜଳି ସାହୁ କହିଛନ୍ତି, ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁ ଉଜ୍ଜଳା ହିତାଧିକାରୀମାନେ ଗ୍ୟାସ୍‌ ନେଉନାହନ୍ତି। ୩୫ ପ୍ରତିଶତ ବ୍ୟବସାୟ ହ୍ରାସ ପାଇଥିବା ବ୍ୟବସାୟୀ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫...

ହୋଟେଲରୁ ବାହାରି  ଏମିତି କହିଲେ ପୀୟୂଷ, ସବୁ ଫେରାଇ…

ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ...

Ayushman Card: ଆସିଲା ଲିଷ୍ଟ! ଏମାନଙ୍କୁ ମିଳିବନି ଆୟୁଷ୍ମାନ କାର୍ଡରେ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି...

ବେଶି ନୁହେଁ କେବଳ ଏହି ଗୋଟିଏ  କାରଣ ପାଇଁ  ନବୀନ ଲାଗୁ କଲେନି ଆୟୁଷ୍ମାନ ଭାରତ: ସବୁ ଗୁମର ଖୋଲିଦେଲେ ନଡ୍ଡା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ  କଟକରେ  କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

Ayushman Card: ଆୟୁଷ୍ମାନ କାର୍ଡ ପାଇଁ ଅନଲାଇନରେ କେମିତି କରିବେ ଆବେଦନ, କେଉଁମାନଙ୍କୁ ମିଳିବ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି...

AyushmanBharat: ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାର ବିକାଶରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ  କଟକରେ  କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

କେଉଁ କେଉଁ ରୋଗ ପାଇଁ ଆୟୁଷ୍ମାନ କାର୍ଡରୁ ମିଳିବ ସହାୟତା? କ୍ୟାନସର ରୋଗୀଙ୍କୁ ମିଳିବ କି ଫାଇଦା…

ଭୁବନେଶ୍ୱର,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image