ବୋହି ନେବାକୁ ବସିଥିଲେ ମନ୍ଦିରର ହୁଣ୍ଡି

ପାତ୍ରପୁର,୧ା୧୧(ଡି.ଏନ.ଏ): ଜରଡ଼ା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା କୁରେଇଶୁଣିଙ୍କ ହୁଣ୍ଡି ସୋମବାର ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ମଙ୍ଗଳବାର ପୀଠରୁ ହୁଣ୍ଡି ଚୋରୀ ଉଦ୍ୟମ ନେଇ ଗ୍ରାମବାସୀ ଖାରିଆଗୁଡ଼ା ଫାଣ୍ଡିରେ ଏତଲା ଦେଇଛନ୍ତି। ଗତ ରାତ୍ର କେତେଜଣ ଚୋର ମନ୍ଦିରରେ ଥିବା ହୁଣ୍ଡି ଚୋରି ଉଦ୍ୟମ କରିଥିଲେ। ହୁଣ୍ଡି ଟିକୁ ବାହାର କରି ଏକ ବାଉଁଶ ସାହାଯ୍ୟରେ ବୋହି ନେବାକୁ ଉଦ୍ୟମ କରୁଥିବା ବେଳେ ଶବ୍ଦ ହେବାରୁ ବିଫଳ ହୋଇଥିଲେ। କୋଠାଘରେ ସୋଇ ଥିବା ଗ୍ରାମର ମଙ୍ଗୁଲୁ ଦଳାଇ ଜାଣି ପାରି ପାଟି କରିଥିଲେ। ପାଟି ଶୁଣି ଚୋରମାନେ ହୁଣ୍ଡି ଛାଡି ଦୌଡ଼ି ଚାଲି ଯାଇଥିଲେ।

Share