କଟରଙ୍ଗ ବିସ୍ଥାପିତଙ୍କ ଆମରଣ ଅନଶନ

ଅନୁଗୋଳ ଅଫିସ, ୨।୧୧: ବିସ୍ଥାପନ ପ୍ୟାକେଜରୁ ବଞ୍ଚତ୍ତ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର କଟରଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି। ଏହାର ପ୍ରତିବାଦରେ ୨୯ ବିସ୍ଥାପିତ ପରିବାର ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଆମରଣ ଅନଶନରେ ବସିଥିଲେ। ଡିଏଫ୍‌ଓ, ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ହସ୍ତକ୍ଷେପ ଏବଂ ନିର୍ଭର ପ୍ରତିଶ୍ରୁତି ପରେ ସେମାନେ ଅନଶନ ଭାଙ୍ଗିଛନ୍ତି। ତେବେ ଦାବି ପୂରଣ ନ ହେଲେ ଡିସେମ୍ବର ୬ରେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପନ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କଟରଙ୍ଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ୟାକେଜ୍‌ ତାଲିକାଭୁକ୍ତ ହୋଇନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ସମ୍ପୃକ୍ତ ୨୯ ପରିବାର ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପୂର୍ବରୁ ସେମାନେ ମା’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରି ଏକ ଶୋଭାଯାତ୍ରାରେ ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ଟିକରପଡ଼ା ସରପଞ୍ଚ ସୌମ୍ୟରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ତ୍ରିନାଥ ସାହୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଅନଶନରେ ବସିଥିଲେ।
ଅଭିଯୋଗ ଅନୁଯାୟୀ, କ୍ଷତିଗ୍ରସ୍ତ ଗ୍ରାମବାସୀ କଟରଙ୍ଗ ଗ୍ରାମର ମୂଳ ବାସିନ୍ଦା। ସେମାନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥାଆନ୍ତି। ତେବେ ଅଭୟାରଣ୍ୟରୁ ଗ୍ରାମ ବିସ୍ଥାପନ ନେଇ ସରକାରୀସ୍ତରରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନ ଥିବାରୁ ୨୯ ପରିବାର ପ୍ୟାକେଜ୍‌ ତାଲିକାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ସେମାନେ ଅଗଷ୍ଟ ୯ ଆନ୍ଦୋଳନ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅନୁଗୋଳ ଉପଜିଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମନ୍ବୟ ସଭାରେ ଯୁଗ୍ମ କମିଟି ଦ୍ବାରା ପୁନର୍ବାର ସର୍ଭେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଯୁଗ୍ମ କମିଟି ଗଁାକୁ ଯାଇ କାଗଜପତ୍ର ଯାଞ୍ଚ କରିଥିଲା। ତେବେ ଏଥିପୂର୍ବରୁ ବନବିଭାଗ ଦ୍ୱାରା ଗ୍ରାମର ସମସ୍ତ ଘର ଭାଙ୍ଗି ଦିଆଯାଇଥିଲା। ବନ ବିଭାଗର ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ଡିଏଫ୍‌ଓ ଏବଂ ପୋଲିସ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ତଥାପି ଜମିବାଡ଼ି ବାବଦ କ୍ଷତିପୂରଣ ଏବଂ ପ୍ୟାକେଜ୍‌ ମିଳି ନ ଥିଲା। ଏହାର ପ୍ରତିବାଦରେ ସେମାନେ ମଙ୍ଗଳବାର ଆମରଣ ଅନଶନ କରିଥିଲେ। ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କା, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂ ଅନଶନକାରୀଙ୍କୁ ବୁଝାଶୁଝା କରିଥିଲେ। ଏହି ଅବସରରେ ୨୦ ଦଫା ସମ୍ବଳିତ ଏକ ସ୍ମାରକପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର୍‌ଙ୍କୁ ପ୍ରଦାନ କରାଯାଇଥିଲା। ଦାବି ସମ୍ପର୍କରେ ପ୍ରଶାସନ ଅବଗତ ଅଛି ଏବଂ କମିଟି ମାଧ୍ୟମରେ ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପ୍ରଶାସନିକ ଅଧିକାରୀଙ୍କଠାରୁ ପାଣିପିଇ ବିସ୍ଥାପିତ ପରିବାର ଅନଶନ ଭଙ୍ଗ କରିଥିଲେ।
ପୂର୍ବତନ ସରପଞ୍ଚ ତ୍ରିନାଥ ସାହୁଙ୍କ ନେତୃତ୍ୱରେ ରୀତା ପ୍ରଧାନ, ସୁକାନ୍ତି ଦାସ, ମୋହନ ନାଏକ, ନାରଣ ଦାସ, ବରୁଣ ଦାସ, ବିରଞ୍ଚତ୍ ବେହେରା, ଅଞ୍ଜନା ନାଏକ, ଅଞ୍ଜଳି ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲା। ଆଇନଜୀବୀ ପ୍ରସନ୍ନ କୁମାର ବେହେରା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri