ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ନୟାଗଡ଼,୮ା୧୦(ଲୋକନାଥ ମିଶ୍ର): ଶିକାର ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ଗୁରୁତର ହୋଇଛନ୍ତି। ଶିକାରୀ ଜଣକ ହେଲେ ସନ୍ନ୍ୟାସୀ ଜାନି(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣୀଗୋଛା ଓ ପରେ ଦଶପଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାରୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ସନ୍ନ୍ୟାସୀଙ୍କ ଘର ବୌଦ୍ଧ ଜିଲା ପୁରୁଣା କଟକ ଥାନା ବଦଲା ଗାଁରେ। ସେ ଶନିବାର ରାତିରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ବନ୍ଧୁକ ଖସିପଡ଼ିବାରୁ ଗୁଳି ଫୁଟି ଗୁରୁତର ହୋଇଥିବା ପରିବାର ପକ୍ଷରୁ କୁହାଯାଉଛି। ତେବେ ବନ୍ଧୁକ ତଳେ ପଡ଼ି ଗୁଳି ଫୁଟିଥିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ବନବିଭାଗ ଓ ପୋଲିସର ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ।

Share