Categories: ଜାତୀୟ

ସ୍ତ୍ରୀ-ସ୍ବାମୀ ଏକାଠି ମିଶି ପିଉଥିଲେ ମଦ, ଆସିଲା ଫୋନ୍‌ କଲ୍‌; ଆଉ ତା’ପରେ ସବୁ ବଦଳି ଗଲା

ମିରୁଟ୍‌,୧୧।୬: ଉତ୍ତରପ୍ରଦେଶର ମିରୁଟ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ ମହିଳା ଜଣକ ମଧ୍ୟ ମଦ୍ୟପାନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନୈତିକ ସମ୍ପର୍କ ସନ୍ଦେହରେ ସ୍ବାମୀ ଏହି କାଣ୍ଡ ଘଟାଇ ଥିବା ଜଣାପଡିଛି। ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁରୀ ପୋଲିସ ଷ୍ଟେଶନ ଅଞ୍ଚଳର ମୋହଲା ବାଗଡିଆନଙ୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ବିକାଶ ଓରଫ୍‌ ବିକି ଗତ ବର୍ଷ ଦିଲ୍ଲୀର ମଙ୍ଗୋଲପୁରୀ ନିବାସୀ ନେହାଙ୍କୁ ବିବାହ କରିଥିଲେ। ଦୁହେଁ ସାରେ ଘରେ ମଦ୍ୟପାନ କରୁଥିଲେ। ଏହି ସମୟରେ ନେହାଙ୍କ ଫୋନରେ ଏକ କଲ ଆସିଥିଲା। ଏହି ପ୍ରସଙ୍ଗରେ ବିକାଶ ଏବଂ ନେହାଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିକାଶ ପ୍ରଥମେ ନେହାଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ପନିପରିବା କଟାଯାଉଥିବା ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ। ଦୀର୍ଘ ସମୟ ଧରି ସେ ରକ୍ତସ୍ରାବ ଅବସ୍ଥାରେ ନେହା ଅଚେତ୍‌ ହୋଇ ତଳେ ପଡ଼ି ରହିଥିଲେ। ବିକାଶଙ୍କ ମା’ ଏହା ଜାଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କ ସାହାଯ୍ୟରେ ନେହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ କହିଛି ଯେ, ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି।

Share