ପିଉସୀ ଘରେ ସ୍ତ୍ରୀ ମୁଣ୍ଡକୁ ଶାବଳରେ ଛେଚିଦେଲେ ସ୍ବାମୀ

ମୋରଡା,୧୭।୧୦(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ସମାଇଡ଼ିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ସ୍ତ୍ରୀକୁ ଏକ ଶାବଳରେ ଛେଚି ନିର୍ମମ ଭାବେ ହତ୍ୟା କରିବା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଟିଆଁସୀ ଗ୍ରାମର ରାଜୁ ଭକ୍ତା ଓ଼ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତା ସମାଇଡ଼ିହି ଗ୍ରାମରେ ପିଉସୀଙ୍କ ଘରେ ରହିଥିବା ବେଳେ କୌଣସି କାରଣକୁ ନେଇ ଦୁଇଜଣଙ୍କ ଭିତରେ ଝଗଡା ହୋଇଥିଲା । ତେବେ ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ଶୋଇଥିବା ଅବସ୍ଥାରେ ରାଜୁ ଏକ ଶାବଳରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।
ଖବରପାଇ ଘଟଣାସ୍ଥଳରେ ବେତନଟି ଏସ୍‌ଡିପିଓ ସୁଦର୍ଶନ ଦାସ, ମୋରଡା ପୋଲିସ, ଚିତ୍ରଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି। ଅନ୍ୟପକ୍ଷେ ରାଜୁ ଭକ୍ତାଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ୩୬୨/୨୩ରେ ଏକ ମାମଲା ରୁଜୁ ହୋଇଛି ବୋଲି ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ସୂଚନା ଦେଇଛନ୍ତି।
Share