ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ସବ୍‌ଡେଗା,୨୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଏହା ଜଣାପଡ଼ିବା ପରେ ରେଶ୍‌ମାଙ୍କ ବାପା ଗୋବିନ୍ଦ ଡନସନା କହିଛନ୍ତି, ୨୦୨୨ ଜୁନ୍‌ରେ ସେ ଝିଅ ରେଶମାଙ୍କୁ ଡମକୁଡାର ହେମନ୍ତଙ୍କ ସହ ବିବାହ କରାଇଥିଲେ। କିଛିଦିନ ପରେ ହେମନ୍ତ ଝିଅ ରେଶମାଙ୍କୁ
ବାପଘର ସବଡେଗା ନୂଆପଡ଼ାରେ ଛାଡ଼ି ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ହେମନ୍ତ ଗୋଆରୁ ୨୦ ଦିନ ହେବ ଘରକୁ ଫେରିଥିଲେ ଓ ରେଶ୍‌ମାଙ୍କୁ ସବଡେଗାରୁ ସାଙ୍ଗରେ ନେଇ ନିଜ ଘର ଡମକୁଡାକୁ ଯାଇଥିଲେ। ହେଲେ ହେମନ୍ତଙ୍କ ସାବତ ମା’ ଦୁହିଁଙ୍କୁ ଅଲଗା ରାନ୍ଧି ଖାଇବାକୁ କହିଥିଲେ। ଏହା ଜାଣି ରେଶମାଙ୍କ ବାପା ଚାଉଳ ଓ କିଛି ଖାଇବା ସାମଗ୍ରୀ ଝିଅକୁ ନେଇ ଦେଇଥିଲେ। ସ୍ତ୍ରୀ-ସ୍ବାମୀ ବହୁତ ଭଲରେ ଚଳୁଥିଲେ। ହଠାତ୍‌ ତିନିଦିନ ତଳେ ଏଭଳି ଘଟଣା ଘଟିଥିବାରୁ କିଛି ବୁଝି ପାରୁନି ବୋଲି କହିଛନ୍ତି ଗୋବିନ୍ଦ। ଅପରପକ୍ଷେ ହେମନ୍ତଙ୍କ ମା’ କହିବା ହିସାବରେ ରେଶ୍‌ମା ରବିବାର କାମରୁ ଆସିଥିଲେ। ରାତିରେ ଦୁଇଜଣ ତାଙ୍କ ରୁମ୍‌ରେ ଶୋଇଥିଲେ କିନ୍ତୁ ରେଶମା ରୁମ୍‌ରୁ ସୋମବାର ଓ ମଙ୍ଗଳବାର ଦିନସାରା ବାହାରି ନ ଥିଲେ। ଖାଲି ହେମନ୍ତ କବାଟ ବନ୍ଦ କରି ବାହାରୁଥିଲେ। ଏହାଦେଖି ହେମନ୍ତଙ୍କ ମା’ ବୋହୂର କଣ ହେଲା ବାହାରୁନି କହି ପଚାରିବାରୁ ତାକୁ ଥଣ୍ଡା ହୋଇଛି ବୋଲି ମଙ୍ଗଳବାର ମଧ୍ୟାହ୍ନରେ ୧୨ କହି ରୁମ୍‌କୁ ପଶିଯାଇ କବାଟ ବନ୍ଦ କରି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ହେମନ୍ତଙ୍କୁ  ମା’ ଡାକ ପକାଇବାରୁ କିଛି ଉତ୍ତର ନ ଆସିବାରୁ ଘର ଲୋକେ ଲୁହା ଶାବଳରେ କବାଟ ତାଡ଼ି ପଶି ଦେଖିବାରୁ ଖଟରେ ରେଶମା ମରିଥିବା ଓ ପାଖରେ ବେକରେ ଗାମୁଛା ଲଗାଇ ହେମନ୍ତ  ଝୁଲୁଥିବା ଦେଖିଥିଲେ। ପରେ ତଳସରା ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ମଙ୍ଗଳବାର ଘରକୁ ତାଳା ପକାଇ ବୁଧବାର ସକାଳେ ସାଇଣ୍ଟିଫିକ୍‌ ଦଳ ସହ ଘର ଖୋଲି ତହସିଲଦାର, ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲେ। ସ୍ତ୍ରୀଙ୍କ ମୃତଦେହ ପଚି ଗନ୍ଧ ହେଉଥିବାରୁ ଦୁଇଦିନ ଆଗରୁ ରେଶମାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଘଟଣାରୁ ଅନୁମାନ କରାଯାଉଛି କି, କୌଣସି କାରଣରୁ ହେମନ୍ତ ସ୍ତ୍ରୀଙ୍କୁ ରବିବାର ରାତିରୁ ହତ୍ୟା କରିଥିଲେ। ଦୁଇଦିନ ପରେ କୌଣସି ଉପାୟ ନ ପାଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବାର ଜଣା ପଡିଛି। ହେଲେ ଦୁଇଜଣ ମରିଯିବାରୁ ହତ୍ୟାର କାରଣ କ’ଣ ହୋଇଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri