କେସିଙ୍ଗା,୩୦।୮(ଡି.ଏନ୍.ଏ.): ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ସାଙ୍ଗ ସହ ମିଶି ସ୍ତ୍ରୀର ଗଳା କାଟିଲେ ସ୍ବାମୀ। ଅଚେତ ହୋଇ ଯିବାରୁ ଛାଡ଼ି ଚାଲି ଆସିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଧରାମାଲ ଗ୍ରାମରେ। ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବାଇଦାର ନୂଆ ପାଲି ଗ୍ରାମର ନିହାର ସାହାଡ଼ି (୨୩) ନାମକ ଯୁବକ ଉକ୍ତ ଗ୍ରାମର ପ୍ରକାଶିନୀ ସାହାଡ଼ି (୨୨) ଙ୍କୁ ଗତ ବର୍ଷ ପ୍ରେମ ବିବାହ କରିଥିଲେ। ପ୍ରକାଶିନୀଙ୍କୁ ମାମୁ ଘର ବୁଲାଇ ନେବା କହି ରବିବାର ସାରେ ଆସିଥିଲେ। ସାଙ୍ଗରେ ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ। ସାରେ ପ୍ରକାଶିନୀଙ୍କୁ ଜଙ୍ଗଲକୁ ନେଇ ଗଳାକାଟି ଦେଇଥିଲେ। ଚେତାଶୂନ୍ୟ ହେବାରୁ ଉଭୟ ତାଙ୍କୁ ସେଠାରେ ଛାଡି ଫେରାର ହୋଇ ଯାଇଥିଲେ। ପ୍ରକାଶିନୀ ଜଙ୍ଗଲ ନିକଟରେ ଥିବ ଏକ କୁଡ଼ିଆ ଘରେ ରାତ୍ରି କଟାଇ ଥିଲେ।
ସୋମବାର ସକାଳେ ଜମି ମାଲିକ କ୍ଷେତକୁ ଯାଇ ତାଙ୍କୁ ଦେଖିଥିଲେ। ଏ ନେଇ ପଲମ ଫାଣ୍ଡିକୁ ଖବର ଦେଇଥିଲେ।
ପଲମ ଫାଣ୍ଡି ଅଧିକାରୀ ଖବର ପାଇ କେସିଙ୍ଗା ପୋଲିସକୁ ଜଣାଇବାରୁ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ସେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରକାଶିନୀ ଗୁରୁତର ହେବାରୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ ୩୧୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Posted inଆମ ଜିଲା ଖବର, କଳାହାଣ୍ଡି View All

ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ଭାଜପାର ମିଶ୍ରଣ ପର୍ବ; ଦଳ ଛାଡି…
ଛତ୍ରପୁର, ୨୩।୩( ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟ ବଗଡ଼ ଗ୍ରାମ ନିକଟରେ ଭାଜପାର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ…
କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ...

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର
ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ...

ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା
ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି...

ଭଉଣୀ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଭାଇର ଜୀବନ
କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ରବିବାର ସକାଳେ ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ...

୬ ମଦ ଦୋକାନରୁ ଚୋରି: କାର୍ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ
ଭଞ୍ଜନଗର,୨୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଜିଲାର ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ଭଞ୍ଜନଗର...

ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ
ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ ): ଆସନ୍ତା ୨୫ରୁ ଆରମ୍ଭ ହେବ ଗଞ୍ଜାମ ଜିଲା ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡଯାତ୍ରା l ଏଥିପାଇଁ ଗଞ୍ଜାମ ସହର ସମେତ ଆଖପାଖ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍ ଭଲ...