Categories: ଫୁରସତ

ସ୍ତ୍ରୀ ଝଗଡ଼ା କରିବାରୁ ସ୍ବାମୀ କଲେ ଏମିତି

ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ଅଜବ ଉପାୟରେ ନିଜର କାନ ବନ୍ଦ କରୁଛନ୍ତି। ଭିଡିଓ ଦେଖିଲେ ମନକୁ ପ୍ରଶ୍ନ ଆସିବ ଏମିତି କାହିଁକି ସେ କାନ ବନ୍ଦ କରୁଛନ୍ତି। ଭିଡିଓରେ ହର୍ଷ ମଧ୍ୟ କ୍ୟାପଶନ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଦୁନିଆର ସବୁଠୁ ଭାଗ୍ୟବାନ ବ୍ୟକ୍ତି’। ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀ ଝଗଡ଼ା କରନ୍ତି ସେ କାନକୁ ଏହିପରି ଢଙ୍ଗରେ ବନ୍ଦ କରି ଦିଅନ୍ତି। ଆପଣମାନେ ମଧ୍ୟ ଯଦି ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ। ଶାନ୍ତି ମିଳିବ। ହର୍ଷଙ୍କ ଏହି ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଏହି ଫଟୋ ଦେଖି ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।

Share