Categories: ଫୁରସତ

ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ

ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାଙ୍କ ଶରୀର ଏବଂ ହର୍‌ମୋନରେ ବିଭିନ୍ନ ପରିବର୍ତ୍ତନ ହୁଏ। ଗର୍ଭଧାରଣର ଅନ୍ୟତମ ଲକ୍ଷଣ ହେଉଛି ଲୋଭ। ଅର୍ଥାତ୍‌ କିଛି ବିଶେଷ ଖାଇବାକୁ ଇଚ୍ଛା ହୁଏ। ଏଭଳି ପରିସ୍ଥିତିରେ ପରିବାର ସଦସ୍ୟମାନେ ମହିଳାଙ୍କୁ ତାଙ୍କର ପ୍ରିୟ ଜିନିଷ ଖାଇବାକୁ ଦେବା ପାଇଁ ଚେଷ୍ଟା କରନ୍ତି ଯାହା ଦ୍ୱାରା ସେ ଖୁସି ରହିବେ।

ଯେତେବେଳେ ଦୁବାଇର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ କିଛି ବିଶେଷ ଖାଦ୍ୟ ଖାଇବାକୁ ଇଚ୍ଛା କଲେ ସେତେବେଳେ ତାଙ୍କ ସ୍ବାମୀ ତାଙ୍କୁ ଦୁବାଇରୁ ଆମେରିକା ନେଇ ସ୍ବାଦିଷ୍ଟ ଖାଇବାକୁ ଦେଇଥିଲେ। ଯିଏ ଏହି କାହାଣୀ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହା ହେଉଛି କୋଟିପତିଙ୍କ ସ୍ତ୍ରୀ ଲିଣ୍ଡାଙ୍କ କାହାଣୀ। ଯିଏ ସୋସିଆଲ ମିଡିଆରେ ନିଜର ସମ୍ପତ୍ତିକୁ ଚମକାଇଥାନ୍ତି। ସେ ନିଜେ କିଛି କରନ୍ତି ନାହିଁ କିନ୍ତୁ ସ୍ବାମୀଙ୍କ ଟଙ୍କା ସହିତ ନିଜର ମହଙ୍ଗା ଇଚ୍ଛା ପୂରଣ କରନ୍ତି। ଯେତେବେଳେ ସେ ଗର୍ଭବତୀ ହେଲେ, ସେ ଲୋକମାନଙ୍କୁ ତାଙ୍କ ଇଚ୍ଛା ବିଷୟରେ ଅପଡେଟ୍‌ ଦେଉଥିଲେ।

ଲିଣ୍ଡା ଆଣ୍ଡ୍ରେଡ କାଲିଫର୍ନିଆରେ ବଢ଼ିଥିଲେ କିନ୍ତୁ ତାଙ୍କ ସ୍ବାମୀଙ୍କ ସହ ଦୁବାଇରେ ରୁହନ୍ତି। ସେ ଫଟୋଗୁଡ଼ିକୁ ଶେୟାର କରି କହିଥିଲେ ଯେ, ସେ ୯ ମାସର ଗର୍ଭବତୀ ଏବଂ ସେ ଜାପାନିଜ ଏ-୫ ଓ୍ବାଗ୍ୟୁ ଏବଂ କାଭିୟର ଖାଇବାକୁ ଇଚ୍ଛା କରୁଛନ୍ତି। ଲିଣ୍ଡାଙ୍କ ଅନୁଯାୟୀ, ଲସ୍‌ଭେଗାସରେ ସର୍ବୋତ୍ତମ ଜାପାନୀ ଓ୍ବାଗୁ ମିଳିଥାଏ। ତେଣୁ ତାଙ୍କ ସ୍ବାମୀ ତାଙ୍କୁ ୧୩୦୦୦କିଲୋମିଟର ଦୂରରେ ଥିବା ଦୁବାଇରୁ ଲସ୍‌ଭେଗାସ୍‌କୁ ନେଇ ସେଠାରେ ତାଙ୍କ ପ୍ରିୟ ଖାଦ୍ୟ ଖୁଆଇଥିଲେ। ଲିଣ୍ଡା ଖାଇଥିବା ଥାଳିର ଦାମ୍‌ ୨୫୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୨୧ ହଜାର ଟଙ୍କା।

କେବଳ ଏତିକି ନୁହେଁ, ଖାଇବାପରେ ଲିଣ୍ଡା ତାଙ୍କ ସ୍ବାମୀ ରିକିଙ୍କ ସହ ଶପିଂ କରିବାକୁ ବାହାରିଥିଲେ। ଅନେକ ଲୋକ ମହିଳାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇଥିଲେ, ମୁଖ୍ୟତଃ ମହିଳାମାନେ ସ୍ବାମୀ ଏପରି ହେବା ଉଚିତ ବୋଲି କମେଣ୍ଟ ଦେଇଛନ୍ତି। ୨୪ ବର୍ଷୀୟା ଲିଣ୍ଡା ତାଙ୍କ ସମ୍ପତ୍ତିକୁ ବହୁତ ତ୍ୱରାନ୍ବି କରନ୍ତି। ସେ ନିଜେ କିଛି କରନ୍ତି ନାହିଁ କିନ୍ତୁ ବହୁତ ଖର୍ଚ୍ଚ କରନ୍ତି। ସେ ଗତବର୍ଷ ୨୫ କୋଟି ଟଙ୍କା ମୂଲ୍ୟ ଶପିଂ କରି ଚର୍ଚ୍ଚାକୁ ଆସିଥିଲେ।

Share