ପ୍ରିୟଙ୍କାଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ପ୍ରଶଂସା କରି କହିଲେ…

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସେ ସର୍ବଦା ସୋସିଆଲ ମିଡିଆରେ କିଛିନା କିଛି ପୋଷ୍ଟ ଶେୟାର କରନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ସାଇଟଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ନିକଟରେ ପ୍ରିୟଙ୍କା ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଏକ ଗାଡ଼ିରେ ବସିଥିବା ନଜର ଆସିଛନ୍ତି। ସ୍ବାମୀ ଦେଇଥିବା ଏହି ଉପହାରକୁ ସେ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି-‘ଏବେ ଏହାକୁ କୁହାଯାଏ ନା ରାଇଡ । ଧନ୍ୟବାଦ ନିକ ଜୋନସ ମୋତେ ସବୁବେଳେ ସାହାଯ୍ୟ କରିଥିବାରୁ । ତମେ ସବୁଠାରୁ ବେଷ୍ଟ ସ୍ବାମୀ। ପ୍ରିୟଙ୍କା ଶୁଟିଂ ସେଟ୍‌କୁ ଯିବା ପାଇଁ ନିକ୍‌ ତାଙ୍କୁ ଏହି ଗାଡ଼ି ଉପହାର ଦେଇଛନ୍ତି।

Share