ସନ୍ନି ଲିଓନିଙ୍କୁ ବିବାହ ବାର୍ଷିକୀରେ ଏମିତି ଉପହାର ଦେଲେ ସ୍ବାମୀ

ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ସନ୍ନି ଏବଂ ସ୍ବାମୀ ଡାନିଏଲ ୱେବରଙ୍କୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି। ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରମାଣିତ କରିବାକୁ ତାଙ୍କୁ ଅନେକ ଚେଷ୍ଟା କରିବାକୁ ପଡ଼ିଛି। ନିକଟରେ ସେ ମୁମ୍ବାଇରେ ବିଳାସପୂର୍ଣ୍ଣ ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଥିଲେ।

ଶୁକ୍ରବାର ସନ୍ନି ଏବଂ ଡାନିଏଲ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଡାନିଏଲ ସନ୍ନିଙ୍କୁ ହୀରାର ଏକ ସୁନ୍ଦର ଉପହାର ଦେଇଥିଲେ। ଉପହାର ପାଇବା ପରେ ସନ୍ନି ଅଧିକ ଖୁସି ହୋଇ ସୋସିଆଲ ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଥିଲେ ।

ଏହା ସହିତ ସନ୍ନି ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ଡାନିଏଲଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହି ହୀରା ହାର ପିନ୍ଧି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି।

Share