ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ପାଇଁ ସ୍ବାମୀମାନେ ଭାଗ୍ୟବାନ ପାଲଟନ୍ତି ବୋଲି ସେ କହିଛନ୍ତି। ଜାଣନ୍ତୁ:

ଧାର୍ମିକ ବିଚାର ଥିବା ସ୍ତ୍ରୀ: ଚାଣକ୍ୟ ନିଜର ନୀତିରେ କହିଛନ୍ତି ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାନ୍ତି ସେମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ। ଭଗବାନଙ୍କ ଉପରେ ଆସ୍ଥା ରଖୁଥିବା ସ୍ତ୍ରୀଙ୍କ ଘରେ ଭଗବାନ ବାସ କରିଥାନ୍ତି। ଯେଉଁ ଘରେ ଭଗବାନଙ୍କ ବାସ ହୋଇଥାଏ ସେଠାରେ ସୁଖ ସମୃଦ୍ଧି ରହିଥାଏ।

ସନ୍ତୋଷ ରଖୁଥିବା ସ୍ତ୍ରୀ: ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ସନ୍ତୋଷ ରଖିଥାନ୍ତି ଏବଂ ଯେଉଁମାନଙ୍କର ଅଧିକ ଇଚ୍ଛା ନ ଥାଏ, ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏପରି ସ୍ତ୍ରୀଙ୍କ ସ୍ବାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
ଧୌର୍ଯ୍ୟ ଥିବା ସ୍ତ୍ରୀ: ବ୍ୟକ୍ତିର ଜୀବନରେ ଧୌର୍ଯ୍ୟ ବହୁତ ଜରୁରୀ। ଯେଉଁ ସ୍ତ୍ରୀ ସବୁ ପରିସ୍ଥିତିରେ ଧୌର୍ଯ୍ୟ ହାରି ନ ଥାଏ, ସେ ବିପଦରୁ ମୁକ୍ତି ପାଇବାର ବାଟ ଖୋଜି ନେଇଥାଏ। ଏପରି ସ୍ତ୍ରୀ ଥିବା ସ୍ବାମୀ ଭାଗ୍ୟଶାଳୀ ହୋଇଥାନ୍ତି।
ରାଗୁ ନ ଥିବା ସ୍ତ୍ରୀ: ରାଗିଯିବା ସ୍ବାଭାବିକ କଥା। ହେଲେ ଅଧିକ ରାଗ ବିଲ୍‌କୁଲ ଭଲ ନୁହେଁ। ରାଗ ମଣିଷର ବଡ଼ ଶତ୍ରୁ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କମ୍‌ ରାଗେ, ତାର ସ୍ବାମୀ ଭାଗ୍ୟଶାଳୀ। କାରଣ ଏଭଳି ଲୋକଙ୍କ ଘରେ ଝଗଡ଼ା ବହୁତ କମ୍‌ ହୋଇଥାଏ। ଫଳରେ ଘରେ ସବୁବେଳେ ଶାନ୍ତି ରହିଥାଏ।

ମଧୁର କଥା କହୁଥିବା ସ୍ତ୍ରୀ: କଥାରେ ଅଛି ମନୁଷ୍ୟର ବାଣୀ ହିଁ ତାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କଥା ଯେତେ ମିଠା, ତାର ସ୍ବାମୀ ସେତେ ଭାଗ୍ୟଶାଳୀ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri