ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବୁଧବାର ସକାଳେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ  ଗୋଇପିଟାର ମୋହନ ଭାଟି(୫୩) ଓ ତାଙ୍କ ସ୍ତ୍ରୀ ମିନା ଭାଟି(୪୭)ଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଝଗଡା ହେଇ ଆସୁଥିଲା । ମଙ୍ଗଳବାର ରାତିରେ ପୁଣିଥରେ ଦୁଇଜଣଙ୍କ ମଧ୍ୟରେ କଳହ ହେବାରୁ ଏଥିରେ ଉତ୍ୟକ୍ତ ହେଇ ମୋହନ ଟାଙ୍ଗିଆରେ ମିନାଙ୍କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଗାଁ ଲୋକେ ଖବରପାଇ ସଦର ଥାନାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ସ୍ବାମୀ ମୋହନଙ୍କୁ ଗିରଫ କରିଥିବା ଜଣାପଡିଛି।
Share