ବୁଥ୍‌ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମୁକ୍ତାଡିହ ବୁଥ ଆଗରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି।
ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଛି।

Share