Categories: ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ

ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ, ଶେଷରେ ସ୍ବାମୀ ଜଣକ କ୍ରୋଧିତ ହୋଇ ସ୍ତ୍ରୀଙ୍କୁ ହତ୍ୟା କରି ଶେଷରେ ତାଙ୍କ ଆଖି ତାଡ଼ି ନେଇଛନ୍ତି।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ଶିବପୁରୀରେ। ଶିବପୁରୀର ପିଥୋର ଥାନା ଅଞ୍ଚଳର ଗାରେଥ ଗ୍ରାମରେ ରହୁଥିବା ରମେଶ୍ୱର ଲୋଡି ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ବାମୀଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଲାଗୁଥିଲା। ତେବେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ରମେଶ୍ୱର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Share