Advertisement

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୫ା୧(ସୁନୀଲ ମହାନ୍ତି): ଘରୋଇ କଳିରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାଠାରେ। ନଦୀକୁ ଗାଧୋଇ ଯାଉଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ହତ୍ୟା କରିବା ପରେ ସ୍ବାମୀ କୃଷ୍ଣଚନ୍ଦ୍ର ବାଗ ଫେରାର ହେଇଯାଇଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ଅଞ୍ଜନା ବାଗ।

ମିଳିଥିବା ସୂଚନାନୁସାରେ ଘରେ ସବୁବେଳେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗୁଥିଲା। ଗୁରୁବାର ସକାଳୁ ମାୟାବତୀ ନଦୀକୁ ଅଞ୍ଜନା ଗାଧୋଇ ଯାଇଥିବା ବେଳେ କୃଷ୍ଣଚନ୍ଦ୍ର ପହଞ୍ଚି କୌଣସି କଥାକୁ ନେଇ ବଚସା କରିଥିଲେ। ସେଠାରେ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: murder