ସ୍ତ୍ରୀଙ୍କୁ ମାରି ବିଷ ପିଇଲେ ସ୍ବାମୀ

ଖଇରା,୨୮।୨: ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ଗ୍ରାମ ପଞ୍ଚାୟତ ତିଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବାବୁ ଦାସ(୪୨) ନାମକ ଯୁବକ ନିଜ ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସୋମବାର କୌଣସି କଥାକୁ ନେଇ ସ୍ତ୍ରୀ ମିନତୀଙ୍କ ସହ ବାବଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁ ମିନତୀକୁ ଠେଲି ଦେବା ପରେ କାନ୍ଥରେ ମିନତୀଙ୍କ ମୁଣ୍ଡ ବାଡେଇ ହୋଇଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ଏହାପରେ ଖଇରା ମେଡିକାଲରେ ମିନତୀଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ତିଳଦା ଗ୍ରାମରେ ପହଞ୍ଚିବା ପୁର୍ବରୁ ବାବୁ ଫେରାର ହୋଇ ଯାଇଥିଲେ। ମଙ୍ଗଳବାର ବାବୁ ଘରକୁ ଆସିବା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଜଣାଇବା ପରେ ପୋଲିସ ଗ୍ରାମରେ ପହଞ୍ଚିବା ପୂର୍ବରୁ ବାବୁ ବିଷ ପିଇ ଗୁରୁତର ଅବସ୍ଥାରେ ପଡିଥିଲେ। ପୋଲିସ ସହାୟତାରେ ତାଙ୍କୁ ପ୍ରଥମେ ଖଇରା ମେଡିକାଲ ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। କେଳା ସଂପ୍ରଦାୟର ଏହି ପରିବାର ୨୦ବର୍ଷ ତଳେ ଢେଙ୍କାନାଳରୁ ଆସି ତିଳଦା ଗ୍ରାମରେ ରହୁଥିଲେ।