ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲେ ସ୍ବାମୀ: ୪ ମାସ ପରେ ମିଳିଲା ମୃତଦେହ

କୋରାପୁଟ,୪।୯(ସ୍ବ.ପ୍ର.)ଷ କୋରାପୁଟ ଜିଲାର କାକିରିଗୁମ୍ମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୪ ମାସ ତଳୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଜଣାପଡିଛି। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ,କାକିରିଗୁମ୍ମା ଥାନା ଅନ୍ତର୍ଗତ ଦାମନଯୋଡି ଯିବା ରାସ୍ତାକଡ଼ରେ ଦଶରଥ ସାହୁ ପରିବାର ନେଇ ରହୁଥିଲେ। ପ୍ରତିଦିନ ଦଶରଥ ସାହୁ ଓ ତାଙ୍କ ସ୍ତ୍ରୀ ଗୌରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କଳହ ଉଗ୍ର ରୂପ ନେବାରୁ ଦଶରଥ ସାହୁ ନିଜ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲେ। ବହୁ ଦିନ ଧରି ସାହି ପଡିଶା ଓ ବନ୍ଧୁ ବାନ୍ଧବ ଗୌରୀଙ୍କୁ ଦେଖିବାକୁ ପାଇ ନ ଥିଲେ। ଗୌରୀଙ୍କ ବିଷୟରେ ସ୍ବାମୀଙ୍କୁ ପଚାରିବାରୁ ଦଶରଥ ବିଭିନ୍ନ ସମୟରେ ବାହାନା କରୁଥିଲେ। କିଛି ଦିନ ତଳେ ଦଶରଥଙ୍କ ଶ୍ୱଶୁର ତାଙ୍କୁ ଫୋନ କରି ଝିଅ ବିଷୟରେ ପଚାରିବାରୁ ରାୟଗଡାରେ ପୁଅ ପାଖରେ ରହୁଛି ବୋଲି ଦଶରଥ ପ୍ରକାଶ କରିଥିଲେ। ସନ୍ଦେହ ହେବାରୁ ରାୟଗଡାରେ ରହୁଥିବା ନାତିକୁ ଫୋନ କରି ମା’ ବିଷୟରେ ପଚାରିଥିଲେ। କିନ୍ତୁ ମା’ ବହୁ ଦିନ ହେବ ମୋ ପାଖକୁ ଆସିନି ବୋଲି ପୁଅ କହିଥିଲେ। ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଅଧିକ ହେବାରୁ ଝିଅ ନିଖୋଜ ହୋଇଥିବା ନେଇ କାକାରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି କାକାରିଗୁମ୍ମା ପୋଲିସ ଥାନା ଅଧିକାରୀ ଦଶରଥକୁ ଥାନାକୁ ଡାକି ପଚରାଉଚରା କରିବାରୁ ଦଶରଥ ସବୁ ସତ କଥା ପ୍ରକାଶ କରିଥିଲା। ଏହା ପରେ ଲକ୍ଷ୍ମୀପୁର ଏସଡିପିଓ ଅଶିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ,ମାଜିଷ୍ଟ୍ରେଟ, ଫରେନସିଭ ଟିମ ଉପସ୍ଥିତ ରେ ପାଇଖାନା ଟାଙ୍କି ଖୋଳା ଯାଇଥିଲା। ଟାଙ୍କି ମଧ୍ୟରୁ ଗୌରୀ ସାହୁଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଫରେନସିଭ ଟେଷ୍ଟ ପାଇଁ ଲ୍ୟାବକୁ ପଠାଇ ଦିଆଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦଶରଥ ସାହୁକୁ ପୋଲିସ ଗିରଫ କରି ଅଧିକ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରୟାସ ଆରମ୍ଭ: ଚାଲିଛି ସର୍ଭେ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କ୍ଷୁଦ୍ରଦାନା ଶସ୍ୟର ବହୁଳ ବ୍ୟବହାରକୁ ନେଇ ରାଜ୍ୟ ସରକାର ଲୋକଙ୍କ ପାଇଁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଜନସଚେତନ କାର୍ଯ୍ୟ କରୁଛନ୍ତି। ହଜିଯାଇଥିବା...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି...

ଅତିଥି ଭାବେ ବୁଲିବାକୁ ଆସିଥିଲେ, ସୁନାଗହଣା ଲୁଟିନେଲେ ସମ୍ପର୍କୀୟ, ଦୁଇ ମହିଳାଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ): ଅତିଥି ହୋଇ ଘରକୁ ବୁଲିବାକୁ ଆସଥିଲେ। ଆଉ ସମ୍ପର୍କୀୟମାନେ ବିଶ୍ୱାସଘାତକତା କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ, ଫେରିଗଲେ ଅଭିଯୋଗକାରୀ

କେସିଙ୍ଗା,୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତିସଭ୍ୟା/ସଭ୍ୟ...

କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ…

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍‌ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ...

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା ଦେଲେ ଆଇନମନ୍ତ୍ରୀ, କହିଲେ ଭିତରେ ନାହିଁ…

ଭୁବନେଶ୍ୱର,୧ା୧୧: ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରି କିମ୍ବା...

ମାଟି ଅତଡ଼ାରେ ଚାପି ହୋଇ ଝିଅ ମୃତ, ବାପା ଗୁରୁତର

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ାରେ ଚାପି ହୋଇ ୮ବର୍ଷର ଝିଅ...

ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫

ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri