Advertisement

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ୱର,୧୯ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ସିଂହ ସାହି ଗ୍ରାମରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ। ଔପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି।
ଘଟଣାରୁ ପ୍ରକାଶ, ପାଣ୍ଡୁ ସିଂ (୫୦) ଗୁରୁବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀ ଗୁରୁବାରୀ ସିଂକୁ ପିଟିପିଟି ମାରିଦେଇ ଥିବାର ସୂଚନା ମିଳିଛି। ଆଗରୁ ପାଣ୍ଡୁ ମଦ୍ୟପାନ କରି ଗୁରୁବାରୀଙ୍କ ହାତ ଭାଙ୍ଗି ଦେଇଥିଲେ। ସବୁବେଳେ ମଦ୍ୟପାନ କରି ଗୁରୁବାରୀଙ୍କୁ ମାର୍‌ପିଟ୍‌ କରିବା ସହ ଗାଳିଗୁଲଜ କରନ୍ତି। ସବୁଦିନ ଭଳି ଗତକାଲି ରାତିରେ ନିଶାସକ୍ତ ହୋଇ ସ୍ତ୍ରୀ ଗୁରୁବାରୀଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି। ଶୁକ୍ରବାର ସକାଳେ ଖବର ପାଇ ଔପଦା ଆଇଆଇସି ଶ୍ରାବଣ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: murder