ସ୍ତ୍ରୀଙ୍କୁ ମାଡ଼ମାରି ଗାତରେ ଫିଙ୍ଗିଦେଲେ ସ୍ବାମୀ

କାମାକ୍ଷାନଗର,୧୪ା୩(ଡି.ଏନ୍‌.ଏ): ପିଶାଚ ସ୍ବାମୀଙ୍କ ଉନ୍ମୁତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ବାଡ଼ିପଟ ଗାତରେ ପକାଇ ଦେଇଛନ୍ତି ସ୍ବାମୀ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ କାଣ୍ଡ। ବାପଘର ଲୋକେ ଗୁରୁତର ଅବସ୍ଥାରେ ଝିଅଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି, ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ରବିବାର ରାତିରେ ଦୁଇ ଜଣଙ୍କ ଭିତରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସ୍ବାମୀ ରଞ୍ଜନ, ସୁକାନ୍ତିଙ୍କ ପ୍ରବଳ ମାଡ଼ ମାରି ଘର ପଛପଟେ ଥିବା ଏକ ବାଡ଼ିରେ ଥିବା ଗାତରେ ପକାଇ ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Share