Categories: ଜାତୀୟ

ସ୍ତ୍ରୀଙ୍କ ମୃତଦେହ ସହ ୩୬ ଘଣ୍ଟା ବିତାଇଲେ ସ୍ବାମୀ

ନୂଆଦିଲ୍ଲୀ,୧୨।୯: ବଙ୍ଗଳା ବିକ୍ରି କରିବାକୁ ମନା କରିବାରୁ ଆଇନଜୀବୀ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ। ନୂଆଦିଲ୍ଲୀର ନୋଏଡ଼ା ସେକ୍ଟର-୩୦ରେ ଏଭଳି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ରେଣୁ ସିହ୍ନାଙ୍କ ନୋଏଡ଼ା ସେକ୍ଟର-୩୦ ଅଞ୍ଚଳରେ ଏକ ବଙ୍ଗଳା ରହିଛି। ଏହାକୁ ବିକ୍ରି କରିବାକୁ ତାଙ୍କ ସ୍ବାମୀ ନୀତିନ ନାଥ ସିହ୍ନା ଚାହୁଁଥିଲେ। ରେଣୁ ରାଜି ହେଉ ନ ଥିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତ ଶନିବାର କଳି ହେବାରୁ ନୀତିନ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ୩୬ ଘଣ୍ଟା ଧରି ଗୋଦାମ ଘରେ ଲୁଚାଇବା ସହ ନିଜେ ଲୁଚି ରହିଥିଲେ। ତେବେ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share