ସ୍ତ୍ରୀଙ୍କୁ କୁରାଢ଼ୀରେ ଛେଚି ହତ୍ୟା କଲେ ସ୍ବାମୀ

ବାରିପଦା ଅଫିସ,୨୦।୧୧: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ମାଳିହତା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବପ୍ରସାଦ ମହାନ୍ତ ସ୍ତ୍ରୀ ପାର୍ବତୀ ମହାନ୍ତଙ୍କୁ କୁରାଢୀରେ ଛେଚି ଅତି ନୃଶଂସଭାବେ ହତ୍ୟା କରିଛନ୍ତି।
ପ୍ରକାଶ ଯେ, ପାରିବାରିକ କଳହ ଯୋଗୁ ଗତ କିଛି ଦିନ ହେବ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗିରହୁଥିଲା। ଅଧିକାଂଶ ସମୟରେ ଶିବପ୍ରସାଦ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ପାର୍ବତୀଙ୍କ ସହ ମାର୍‌ପିଟ କରୁଥିଲା। ଗୁରୁବାର ବିଳମ୍ବିତ ରାତିରେ ପାର୍ବତୀ ଶୋଇଥିବା ବେଳେ ଶିବପ୍ରସାଦ ମାନସିକ ଭାରସାମ୍ୟ ହରାଇ କୁରାଢ଼ୀରେ ଛେଚି ଅତି ନୃଶଂସଭାବେ ତାକୁ ହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକ ବିଳମ୍ବିତ ରାତିରେ ଘର ଭିତରେ ପାଟିତୁଣ୍ଡ ଶୁଣି ଉଠି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାର୍ବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା। ଶୁକ୍ରବାର ସକାଳେ ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ହତ୍ୟାକାରୀ ଶିବପ୍ରସାଦ କୁ ପୋଲିସ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜୁଳି ତ ନାହିଁ, ବିଲ୍‌ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି...

ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ...

ଦ୍ୱିତୀୟ ବିବାହ ପାଇଁ ୨ ନାବାଳକଙ୍କୁ ହତ୍ୟା ଘଟଣା: ବାପା ଓ ଜେଜେମା ହତ୍ୟାକାରୀ

ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି...

ବିଦ୍ୟୁତ୍‌ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଝାରବନ୍ଧ, ୧୨।୩(ଦେବେନ୍ଦ୍ର ସାହୁ) – ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଭୈସାଦର୍ହା ଗ୍ରାମର ଜଣେ ସରଳ ମେଧାବୀ ଝିଅ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା...

ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ୬ ଆହତ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି।...

ମନ୍ଦିରରୁ ଫେରିବା ବେଳେ ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି, ଯୁବକ ମୃତ

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମ ନିକଟସ୍ଥ ରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ...

ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି

ଗଜପତି,୧୨।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ...

ଚଢ଼ାଉ ବେଳେ ଅବକାରୀ ଟିମ୍‌ ଉପରେ କୁକୁର ଛାଡ଼ିଲେ ମଦ ମାଫିଆ, ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା, ୨ କନଷ୍ଟେବଳ ଆହତ

ଛତ୍ରପୁର, ୧୨।୩(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ଗ୍ରାମରେ ଛତ୍ରପୁର ଅବକାରୀ ଭାମ୍ୟମାଣ ସଂସ୍ଥାର ଏକ ଟିମ୍‌କୁ ଚୋରା ମଦ ବ୍ୟବସାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image