ମିରୁଟ, ୨୪।୧୨: ଉତ୍ତରପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଯିଛି। ସ୍ତ୍ରୀ ଜିନ୍ସ ପିନ୍ଧି ଡ୍ୟାନ୍ସ ନ କରିବାରୁ ତାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେବଳ ଏତିକି ନୁହେଁ ସ୍ତ୍ରୀଙ୍କ ବାପଘରେ ପହଞ୍ଚି ତାଙ୍କୁ ଶରୀରରେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଛନ୍ତି ସ୍ବାମୀ। ମହିଳାଙ୍କ ପରିବାର ତାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ସ୍ବାମୀ ତାଙ୍କୁ ଜିନ୍ସ ପିନ୍ଧିବା ଏବଂ ନାଚିବା ଏବଂ ଗୀତ ଗାଇବାକୁ ଚାପ ପକାଉଛନ୍ତି। ଅନେକ ଥର ସେ ତାଙ୍କୁ ମାଡ ମାରିବା ସହ ସାଙ୍ଗମାନଙ୍କ ସାମ୍ନାରେ ଏହା କରିବାକୁ ଚେଷ୍ଟା କରିଥିଲେ ଏବଂ ଥଣ୍ଡା ପାଣିରେ ଠିଆ ହୋଇ ପିଲାମାନଙ୍କୁ ନିର୍ଯାତନା ଦେଇଥିଲେ। ମହିଳା ଜଣକ ପଞ୍ଚାୟତରେ ମଧ୍ୟ ଏକଥା ଉଠାଇଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ, ତା’ପରେ ଅଭିଯୁକ୍ତ ଅନସ ତାଙ୍କ ସ୍ତ୍ରୀଙ୍କୁ ତଲାକ ଦେଇଥିଲେ। ନ୍ୟୁ ଇସଲାମନଗରର ବାସିନ୍ଦା ଅମିରୁଦ୍ଦିନଙ୍କ ଝିଅ ହାପୁଡର ପିଲଖୁଆ ନିବାସୀ ଅନସଙ୍କୁ ୮ ବର୍ଷ ତଳେ ବିବାହ କରିଥିଲେ। ଅନସ ଦିଲ୍ଲୀରେ ଚାକିରି କରନ୍ତି। କିନ୍ତୁ ଗତ କିଛି ମାସ ମଧ୍ୟରେ ଦୁହେଁ ପ୍ରାୟତଃ କୌଣସି ବିଷୟକୁ ନେଇ ଝଗଡା କରୁଥିଲେ। କିଛି ଦିନ ପୂର୍ବରୁ ଗାଁରେ ଏହାକୁ ନେଇ ଏକ ପଞ୍ଚାୟତ ବସିଥିଲା।