ସ୍ତ୍ରୀ ଭିକ ମାଗିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପରିବାର ପରାମର୍ଶ କେନ୍ଦ୍ରକୁ ଆସିଥିବା ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦେଇଛନ୍ତି। ତେବେ ତିନି ତଲାକ୍‌କୁ ଆଇନଗତ ଭାବେ ନିଷେଧ କରାଯାଇଥିବାରୁ ପୋଲିସ ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି।
ଏହି ମାମଲା ଖଣ୍ଡଓ୍ବା ଅଞ୍ଚଳର। ଏଠାକାର ଗୁଲନାଜ ସିଦ୍ଦିକ୍‌ ନାମକ ଜଣେ ମହିଳା ୮ ବର୍ଷ ତଳେ ଝାନ୍‌ସୀର ଅଜହରଙ୍କୁ ବିବାହ କରିଥିଲେ। ପ୍ରାରମ୍ଭରେ ବୈବାହିକ ଜୀବନ ବେଶ୍‌ ଭଲରେ କଟିଥିଲା। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା। ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ଅଜହର ହଠାତ୍‌ ପରିବାର ଛାଡ଼ି କେଉଁଆଡ଼େ ଚାଲିଗଲେ। ଫଳରେ ଗୁଲନାଜ ଏବଂ ତାଙ୍କ ପିଲାମାନେ ଭୋକରେ ଆଉଟପାଉଟ ହେଉଥିଲେ। ତେଣୁ ସେ ତାଙ୍କ ବାପଘରକୁ ଚାଲିଗଲେ।
ଗୁଲନାଜ କୁହନ୍ତି, ମୋ’ ସ୍ବାମୀ ବିବାହ ପରେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଅନେକ ଥର ମୋ’ ବାପା ତାଙ୍କୁ ଟଙ୍କା ଦେଉଥିଲେ ମଧ୍ୟ ସେ ପରିବାରର ଦାୟିତ୍ୱ କିଛି ବୁଝୁ ନ ଥିଲେ। ଲକ୍‌ଡାଉନ୍‌ ଯୋଗୁ ଚଳିବା ଅସମ୍ଭବ ହୋଇପଡ଼ିଲା। ଫଳରେ ସେ ବାପଘରକୁ ଚାଲିଆସିଥିଲେ। ପିଲାଙ୍କ ପେଟର ଦୁଃଖ ସହି ନ ମାରି ବାଧ୍ୟ ହୋଇ ସେ ଭିକ ମାଗିଥିଲେ। ତଥାପି ପିଲାମାନଙ୍କ ପାଇଁ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ଚାହୁଁ ନ ଥିଲେ ଗୁଲନାଜ। ତେଣୁ ସମାଧାନ ପାଇଁ ସେ ମହିଳା ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଥିଲେ। ସମାଧାନ ପାଇଁ ସ୍ବାମୀଙ୍କୁ ଏଠାକୁ ଡକାଯାଇଥିଲା। କିନ୍ତୁ ସେ ସମସ୍ତଙ୍କ ସାମ୍ନାରେ ତିନି ତଲାକ୍‌ ଗୁଲ୍‌ନାଜଙ୍କୁ ଛାଡ଼ପତ୍ର ଦେଇଥିଲେ। ଗୁଲନାଜଙ୍କର ଗୋଟିଏ ୭ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ଅଛି।

Share