ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ଭୋଗରାଇ,୫ା୧୨(ପ୍ରଦୀପ ଦାସ): ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ସସ୍ମିତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣି ପୋଲିସ ଗାଡ଼ିରେ ଥିବା ରାମକୃଷ୍ଣଙ୍କୁ ତାଙ୍କ ହାତରେ ଛାଡ଼ି ଦେବାକୁ ଅଡ଼ି ବସିଥିଲେ। ଏଭଳି ସ୍ଥିତିରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ଗାଡ଼ିକୁ ମଧ୍ୟ ମୃତା ମହିଳାଙ୍କ ଆତ୍ମୀୟ ସ୍ବଜନମାନେ ଘେରିଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସେଠାରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଭିଯୋଗକାରୀ ସସ୍ମିତାଙ୍କ ମା’ସବିତା ବେହେରାଙ୍କ କହିବାନୁଯାୟୀ, ବିବାହ ପରଠାରୁ ସ୍ବାମୀ ଶ୍ୱଶୁର ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ ବାରମ୍ବାର ଏଥିପାଇଁ ବୈଠକ ବସି ସମାଧାନ ହୋଇପାରୁ ନ ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ସସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି l ମୃତା ସସ୍ମିତାଙ୍କର ୨ ବର୍ଷର ଜଣେ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର

ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା...

ନିଜ ସାମର୍ଥ୍ୟର ପରିଚୟ ଦେଇଥାଏ ପ୍ରଥମ ରୋଜଗାର

ପ୍ରଥମ ଉପାର୍ଜନ ବା ପ୍ରଥମ ଆୟ, ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ; ଯାହା ଆର୍ଥିକ ସ୍ବାଧୀନତା ଓ ଆତ୍ମବିଶ୍ୱାସର ପ୍ରଥମ ପାଦଚିହ୍ନ ହୋଇପାରେ। ମୋ କଥା ଏଠି...

ରକ୍ତ ସମ୍ପର୍କ ଭୁଲିଗଲେ… ଗାଁ ଦାଣ୍ଡରେ ସାନ ଭାଇକୁ ବାନ୍ଧି ପିଟି ପିଟି ମାରିଦେଲେ ବଡ଼ ଭାଇ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁବରଣ...

କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ: ଜାଣନ୍ତୁ କିପରି

ହିନ୍ଦୁ ଧର୍ମରେ ପଦ୍ମ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଦିବ୍ୟ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ଫୁଲ ଖୁବ୍‌...

ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ

ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି।...

ଚିଲିକା କୂଳରେ ଅବସ୍ଥିତ ଓଡ଼ିଶାର ୨୦୦ ବର୍ଷର ଐତିହାସିକ ରାଜମହଲ, ସାଜିଛି ପର୍ଯ୍ୟଟକଙ୍କ ନୂଆ ଆକର୍ଷଣ

ଚିଲିକା ହ୍ରଦର ମନୋରମ କୂଳରେ ଅବସ୍ଥିତ ରମ୍ଭା ରାଜମହଲ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟର ଏକ ଅନୁପମ ନିଦର୍ଶନ। ପ୍ରାୟ ୨୦୦ ବର୍ଷର ପୁରୁଣା...

ଜାହାଜର ପେଣ୍ଟିଂ ଘରେ ଲଗାଉଛନ୍ତି କିଁ ତେବେ ନିହାତି ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ସମୃଦ୍ଧି ତଥା ସଫଳତାର ପ୍ରତୀକ କୁହାଯାଉଥିବା ଜାହାଜର ପେଣ୍ଟିଂକୁ ଘରେ ଲଗାଇବା ଶୁଭ ହୋଇଥାଏ। କାରଣ ଜାହାଜର ସମ୍ପର୍କ ଯାତ୍ରା, ପରିବହନ ତଥା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ‘Sachet App, ଜାଣନ୍ତୁ ଏହା କ’ଣ, କାହିଁକି ହୋଇଛି ଆରମ୍ଭ

ନୂଆଦିଲ୍ଲୀ,୨୭ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୧୨୧ତମ ମନ୍‌ କି ବାତ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଚେତ ଆପ୍‌,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image