ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସମେତ ବଲିଉଡ୍ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ ଚୟନରେ ସେ କରିଥିବା ଭୁଲକୁ ନେଇ ସେ ଆଜି ବି ପଶ୍ଚାତାପ କରନ୍ତି। ହେଲେ ତାଙ୍କ ପିଲାମାନଙ୍କ କଷ୍ଟ ତାଙ୍କୁ ଭାଙ୍ଗି ଦେଉଛି ବୋଲି ଶ୍ୱେତା ଏକ ସାକ୍ଷାତକାରରେ କହିଥିଲେ।
ପ୍ରଥମ ବିବାହରୁ ଶ୍ୱେତାଙ୍କର ଏକ ଝିଅ ପଲକ ରହିଥିବା ବେଳେ ଦ୍ୱିତୀୟ ବିବାହରୁ ଏକ ପୁଅ ରହିଛି। ଉଭୟଙ୍କୁ ବହୁତ ଭଲ ପାଆନ୍ତି ଶ୍ୱେତା। ଝିଅ ପଲକଙ୍କୁ ଯେତେବେଳେ ଛଅ ବର୍ଷ ହୋଇଥିଲା ସେତେବେଳେ ସେ ମା’ଙ୍କ ଉପରେ ଘରୋଇ ହିଂସା ହେଉଥିବା ଦେଖିଥିଲେ। କାରଣ ଶ୍ୱେତାଙ୍କୁ ପ୍ରଥମ ସ୍ବାମୀ ରାଜା ଚୌଧୁରୀ ବହୁତ ମାର୍ପିଟ୍ କରୁଥିଲେ। ଏହାପରେ ଅଭିନେତ୍ରୀ ଜୀବନର ବଡ଼ ପଦକ୍ଷେପ ନେଇଥିଲେ। ଉଭୟ ପୁଅଝିଅ ଛୋଟ ହୋଇଥିବା ବେଳେ ପୋଲିସ, କୋର୍ଟ ଭଳି ସ୍ଥାନକୁ ଯାଇଛନ୍ତି। ମା’ ଭାବେ କିଭଳି ସେ ନିଜ ସନ୍ତାନମାନଙ୍କୁ ସମ୍ଭାଳିବେ ତଥା ସେସବୁ ବିଷୟରେ ବୁଝାଇବେ ଜାଣିପାରି ନ ଥିବା ଶ୍ୱେତା କହିଥିଲେ।
ରାଜାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୩ରେ ଅଭିନବ କୋହଲୀଙ୍କୁ ବିବାହ କରିଥିଲେ ଶ୍ୱେତା। ୨୦୧୬ରେ ଉଭୟଙ୍କ ପୁଅ ରିୟାଂଶ ହୋଇଥିଲା। ପ୍ରଥମ ବିବାହର ଦୁଃଖ ଭୁଲିଯିବେ ବୋଲି ଭାବିଥିବା ଶ୍ୱେତା ପୁଣିଥରେ ସମାନ ଭାବେ ଘରୋଇ ହିଂସାର ସମ୍ମୁଖୀନ ହୋଇଥିଲେ। ଶେଷରେ ସେ ଦ୍ୱିତୀୟ ସ୍ବାମୀଙ୍କଠାରୁ ମଧ୍ୟ ଅଲଗା ହୋଇଛନ୍ତି।