Categories: ଫୁରସତ

ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲେ ସ୍ବାମୀ: ଯାଞ୍ଚ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ଏମିତି ମେସେଜ୍‌, ଦେଖିଲେ ଉଡିଯିବ ହୋଶ୍‌

ବିବାହ ପରେ ମଧ୍ୟ ଅନେକ ଲୋକ ଅନୈତିକ ସମ୍ପର୍କ ବଜାୟ ରଖନ୍ତି। କିଛି ଲୋକ ଏହାକୁ ଗୁପ୍ତ ରଖୁଥିବାବେଳେ କିଛି ଲୋକ ଏହାକୁ ଖୋଲାଖୋଲି ସ୍ବୀକାର କରନ୍ତି। ଯେଉଁମାନେ ନିଜ ସମ୍ପର୍କକୁ ଗୁପ୍ତ ରଖନ୍ତି, ସେମାନଙ୍କୁ ଅନେକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରିବାକୁ ପଡେ। ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ ଭାଇରାଲ ହେଉଛି। ଏହି ସ୍କ୍ରିନସଟରେ ଏହା ଦେଖାଯାଇପାରେ ଯେ, ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଅନ୍ୟ କାହା ସହ ଖରାପ ସମ୍ପର୍କ ଅଛି କି ନାହିଁ ତାହା ଜାଣିବା ପାଇଁ ଜଣେ ବ୍ୟକ୍ତିଙ୍କୁ ମେସେଜ୍‌ ଦେଇଥାନ୍ତି। ଏହି ସ୍କ୍ରିନସଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପ୍ରଥମେ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ ମୋବାଇଲରୁ ମେସେଜ୍‌ ପଠାନ୍ତି ଯେ, ମୋ ସ୍ବାମୀ ସନ୍ଦେହ କରୁଛନ୍ତି। ଉତ୍ତରରେ ଅପର ପାର୍ଶ୍ୱର ବ୍ୟକ୍ତି ଲେଖନ୍ତି- ସନ୍ଦେହ କ’ଣ? ମୁ ତୁମକୁ ଜାଣିଛି କି। ତା’ପରେ ଉତ୍ତର ଆସେ – ମୁଁ ଦୁଃଖିତ, ମୋ ସ୍ବାମୀ ମୋ ମୋବାଇଲ ବ୍ୟବହାର କରୁଥିଲେ। ତା’ପରେ ବ୍ୟକ୍ତି ଉତ୍ତର ଦିଅନ୍ତି, ମୁଁ କହିଲି, ମୁଁ ତୁମକୁ ଜାଣେ କି? ସ୍ବାମୀ ଉତ୍ତର ଦିଅନ୍ତି – ମୁଁ ତୁମକୁ ସନ୍ଦେହ କରୁଥିଲି। ଆପଣ ବର୍ତ୍ତମାନ ସନ୍ଦେହ ତାଲିକାରୁ ବାହାରେ ଅଛନ୍ତି।

 

Share