ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଶିକ୍ଷକ ତାଙ୍କର ଦିତ୍ୱୀୟ ସ୍ତ୍ରୀ’ଙ୍କୁ ହତ୍ୟା କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଗୁରୁବାର ଉକ୍ତ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କୁ ସେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପିପି ତ୍ରିଲୋଚନ ପରିଡ଼ା ସୂଚନା ଦେଇଛନ୍ତି।
ପ୍ରଫୁଲଙ୍କ ପ୍ରଥମ ସ୍ତ୍ରୀ ପଦ୍ମାବତୀ ପ୍ରଧାନଙ୍କ କୌଣସି ସନ୍ତାନ ହୋଇ ନ ଥିଲା। ପରେ ପ୍ରଫୁଲ୍ଲ ବ୍ରହ୍ମପୁର ତ୍ରିବେଣୀ ନଗରରେ ରହୁଥିବା ଜଣେ ଯୁବତୀ ସୁଭଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ପରେ ସେମାନେ ଇଞ୍ଜିନିୟରିଂ ସ୍କୁଲ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ। ପ୍ରଫୁଲଙ୍କ ଦିତ୍ୱୀୟ ସ୍ତ୍ରୀ ପୁଣି ଗର୍ଭବତୀ ହୋଇଥିଲେ। କୌଣସି କାରଣକୁ କେନ୍ଦ୍ରକରି ତାଙ୍କୁ ପ୍ରଫୁଲ ହତ୍ୟା କରିଥିଲେ। ପୋଲିସ ପ୍ରଫୁଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୩୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜିଲାଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି