ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପଥର ବୋଝେଇ ହାଇଓ୍ବା

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ଅଞ୍ଚଳରେ ଗୁରୁବାର ପଥର ବୋଝେଇ ହାଇଓ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଜଣେ ରହିଥିବାବେଳେ ସେ ଆହତ ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି।
ପ୍ରକାଶ ଯେ, ରାଇକିଆ ଅଞ୍ଚଳରୁ ସିମନବାଡ଼ି ଅଞ୍ଚଳକୁ ଏକ ହାଇଓ୍ବାରେ ପଥର ବୋଝେଇ ହୋଇଆସୁଥିଲା। ତେବେ ସିକକେତାଠାରୁ ସିମନବାଡ଼ି ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବାରୁ ସେହି ରାସ୍ତା ଦେଇ ଆସୁଥିବା ହାଇଓ୍ବାଟି ବାତ୍ୟା ‘ଦାନା’ ପାଇଁ ହେଉଥିବା ଝିପି ଝିପି ବର୍ଷା ଯୋଗୁ ପୋଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପ୍ରାୟ ୨୦ ମିଟର ଖସିପଡ଼ିଥିଲା। ଖବର ଲେଖାହେବା ସୁଦ୍ଧା ହାଇଓ୍ବାକୁ ପୋଲ ତଳୁ ଉଦ୍ଧାର କରାଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର,୨୫।୧୦: ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ। ଶୁକ୍ରବାର ପୂର୍ବାହ୍ନରେ ଜେଲ ଭିତରେ ମାରପିଟ୍‌ ହେବା ଘଟଣା ସାମ୍‌ନାକୁ ଆସିଛି। ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ...

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ନୋଟିସ

କେସିଙ୍ଗା,୨୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ...

ଲ୍ୟାଣ୍ଡଫଲ ପରେ ବି ଟଳିନି ବିପଦ: ଚାନ୍ଦବାଲିରେ ରେକର୍ଡ ବର୍ଷା

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ...

ତିହିଡ଼ି ବ୍ଲକରେ ସ୍ଥାନାନ୍ତର ହୋଇଛନ୍ତି ୧୦ ହଜାର ବାତ୍ୟା ବିପନ୍ନ

ତିହିଡ଼ି,୨୫ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ତିହିଡି ବ୍ଲକର ସନ୍ଥପୁରା, କମାରିଆ ଇତ୍ୟାଦି ସ୍ଥାନରେ...

କନ୍ଦାଇଲା ‘ଦାନା’: ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ଭଦ୍ରକ,୨୫ା୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ...

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌...

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅଧୀନ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୨୪ ନିର୍ବାଚନରେ ଭାଜପା ଟିକେଟରେ କେ. ଅନିଲ କୁମାର ବିଜୟୀ ହୋଇ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri