Categories: ଖେଳ

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ ହନୁମା ବିହାରୀଙ୍କ ବଡ଼ ଅବଦାନ ରହିଛି। ହନୁମା ଏବଂ ଅଶ୍ୱିନ ୨୫୬ ବଲରୁ ୬୨ ରନର ଭାଗିଦାରୀ କରିଥିଲେ। ଆହତ ହୋଇ ଖେଳୁଥିଲେ ହେଁ ହନୁମା  ୧୬୧ ବଲରେ ୨୩ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବେଳେ ହନୁମା  ଆହତ ହୋଇଥିଲେ। ଏପରିକି ସେ ଦୌଡିବାକୁ ଅସମର୍ଥ ହୋଇଥିଲେ।  ଏହା ସତ୍ତ୍ୱେ ସେ କ୍ରିଜ୍‌ରେ ରହି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ହନୁମା  ଏହି ଇନିଂସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ(ଆଇସିସି) ମଧ୍ୟ ପ୍ରଶଂସା କରିଛି। ସିଡନୀ ଟେଷ୍ଟ ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ହନୁମାଙ୍କ ଉତ୍ସାହକୁ ଆଇସିସି ଅଭିବାଦନ ଜଣାଇଛି। ଏହି ଚାରି ମ୍ୟାଚ ବିଶିଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଜାନୁଆରୀ ୧୫ରୁ ବ୍ରିସବେନରେ ଶେଷ ଟେଷ୍ଟ ଖେଲାଯିବ। ଏହି ଟେଷ୍ଟ ଯିଏ ଜିତିବ, ଏହି ସିରିଜ ସେହି ଦଳ ନାମରେ ନାମିତ ହେବ।