ଛତ୍ରପୁର,୧୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ତଥା ତାଲିମପ୍ରାପ୍ତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦାବି ହୋଇଛି। ଏ ନେଇ କମ୍ପାନୀ ଫାଟକ ଆଗରେ ଧାରଣା ଚାଲିଥିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଜୀବିକା ଦିଅ ନଚେତ ଜମି ଛାଡ଼ ବୋଲି ଦାବି କରି ଏହି ଆନ୍ଦୋଳନ ଚାଲିଛି।