ଆଲୋକୀକରଣ ହେଲା ମଣିକର୍ଣ୍ଣିକା ପୁଷ୍କରିଣୀ

ପୁରୁଣା ଭୁବନେଶ୍ୱର, ୨୮ା୧୧(ଡି.ଏନ୍‌.ଏ.): କପିଳେଶ୍ୱର ମନ୍ଦିର ପରିସରରେ ରହିଥିବା ଐତିହ୍ୟ ମଣିକର୍ଣ୍ଣିକା ପୁଷ୍କରିଣୀକୁ ଶୁକ୍ରବାର ଆଲୋକୀକରଣ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଟୁରିଜମ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି କାର୍ଯ୍ୟକୁ ବିଏମ୍‌ସି ପକ୍ଷରୁ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଭୁବନେଶ୍ୱର ଜିଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ବିଜେଡି ଭୁବନେଶ୍ୱର ଜିଲା ଉପସଭାପତି ଚନ୍ଦ୍ରଶେଖର ମଲିଆ, ଭାନୁ ମଲିଆ, ମନୋଜ ମଲିଆ, ଅରୁ ମଲିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀ ପଣ୍ଡା ଅପରାହ୍ନରେ ୬୫ନଂ. ଓ୍ବାର୍ଡ ଅଧୀନ ପାତ୍ରପଡ଼ା କଳିଙ୍ଗ ନଗର କେ-୯, କଳିଙ୍ଗ ବିହାର, ଉଦୟଗିରି ବିହାର, ଡୁମୁଡୁମା ଫେଜ ୪, ଆଇଆରସି ଭିଲେଜର ବିଭିନ୍ନ ଡ୍ରେନ୍‌ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦୁଃଶାସନ ସ୍ବାଇଁ, ଜ୍ୟୋତ୍ସ୍ନାମୟୀ ଜେନା, ଅଶ୍ୱିନୀ ସୁନ୍ଦରାୟ, ରଶ୍ମିରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Share