Categories: ଜାତୀୟ

ଜାଣନ୍ତୁ ଏମିତି କୌଶଳ ଆପଣାଇଲେ ପୂରା ବଦଳିଯିବ ଦିଲ୍ଲୀର ଚିତ୍ର, କେବେ ବି ହେବ ନାହିଁ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୮ା୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣ ହାର ସୀମା ଟପିଛି। ଏଥିଯୋଗୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ-ଏନ୍‌ସିଆର ସିଭିୟର ପ୍ଲସ୍‌ ବର୍ଗରେ ଆସିଛି। ଅନେକ ସ୍ଥାନରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୫୦ ଅତିକ୍ରମ କରିଛି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ଖରାପ ଥିବାବେଳେ ଡେନମାର୍କର ରାଜଧାନୀ କୋପେନହାଗେନ ପୁଣି ଥରେ  ଚର୍ଚ୍ଚାରେ ରହିଛି। କୋପେନହାଗେନ ହେଉଛି ବିଶ୍ୱର ସବୁଠାରୁ ପରିଷ୍କାର ସହର। ତେବେ ଜାଣନ୍ତୁ ଏହା କିପରି ସବୁଠୁ ପରିଷ୍କାର ସହର ହେଲା ଏବଂ ଦିଲ୍ଲୀର ଲୋକମାନେ କ’ଣ କରିବା ଉଚିତ।

କୋପେନହାଗେନରେ ୫୦% ଅଧିକ ଲୋକ ସାଇକେଲ ବ୍ୟବହାର କରନ୍ତି। ଏଠାରେ ୪୦୦ କିଲୋମିଟରରୁ ଅଧିକ ସାଇକେଲ୍‌ ପାଇଁ ସ୍ଥାନ ରହିଛି। ଏହା ବ୍ୟତୀତ ପାର୍କିଂ ପାଇଁ ବ୍ୟବସ୍ଥା ଅଛି। ଏହା ଉଭୟ ଟ୍ରାଫିକ ଏବଂ ପ୍ରଦୂଷଣକୁ ହ୍ରାସ କରିଥାଏ।

ଯଦି ଆମେ ଦିଲ୍ଲୀ ବିଷୟରେ କହିବା ତେବେ ଏଠାରେ ସାଇକେଲ ଚଲାଇବା ଅଧିକ ନୁହେଁ। ଯାନବାହନର ଚାପ ବୃଦ୍ଧି ଏବଂ ସାଇକେଲ ଅଭାବ ହେତୁ ଲୋକମାନେ ସାଧାରଣ ପରିବହନ କିମ୍ବା ଘରୋଇ ଯାନ ଉପରେ ନିର୍ଭର କରନ୍ତି। ତେଣୁ ବାୟୁ ପ୍ରଦୂଷଣ ହେଉଛି।

କୋପେନହାଗେନରେରେ ବିଦ୍ୟୁତ ପବନ ଏବଂ ସୌରଶକ୍ତିରୁ ଆସିଥାଏ। ଏହା ବ୍ୟତୀତ ପବନ ଶକ୍ତି ଏବଂ ସୌରଶକ୍ତି ଏଠାରେ ବହୁ ପରିମାଣରେ ବ୍ୟବହୃତ ହୁଏ। ଏଠାରେ ଅଧିକାଂଶ ବିଦ୍ୟୁତ୍‌ ଉତ୍ପାଦନ ପବନ ମିଲ୍‌ ଏବଂ ବାୟୋମାସ ପ୍ଲାଣ୍ଟରୁ ଆସିଥାଏ।

କିନ୍ତୁ ଦିଲ୍ଲୀରେ ଲୋକେ କୋଇଲା ଏବଂ ପେଟ୍ରୋଲିୟମ ଉପରେ ନିର୍ଭରଶୀଳ। ସବୁଜ ଶକ୍ତିର ବିନିଯୋଗ ଏବଂ ବ୍ୟବହାର ବହୁତ କମ୍‌ ଅଟେ। ଦିଲ୍ଲୀରେ ବର୍ଜ୍ୟବସ୍ତୁ ପରିଚାଳନା ବହୁତ ଖରାପ। ଯେଉଁଟା କି କୋପେନହାଗେନରେ ନାହିଁ।

କୋପେନହାଗେନରେ ଜନସାଧାରଣ ପରିବହନ ନେଟଓ୍ବର୍କ ବହୁତ ସୀମିତ ଅଟେ। ଲୋକମାନେ ବ୍ୟକ୍ତିଗତ ଯାନ ବଦଳରେ ସାଧାରଣ ପରିବହନ ବ୍ୟବହାର କରନ୍ତି। ଏଠାରେ ଇଲେକ୍ଟ୍ରିକ ଏବଂ ହାଇଡ୍ରୋଜେନ ଆଧାରିତ ବସ୍‌ ପ୍ରଦୂଷଣକୁ ହ୍ରାସ କରିଥାଏ।

କୋପେନହାଗେନରେ ୨୦%ରୁ ଅଧିକ ସବୁଜ ଅଞ୍ଚଳ ଅଛି। ଏଠାରେ ଛୋଟ ପାର୍କ ତିଆରି କରାଯାଇଛି। ନୂତନ ଅଟ୍ଟାଳିକାରେ ସବୁଜ ଛାତ ଏବଂ ଉଦ୍ୟାନ ସ୍ଥାପନ କରିବା ବାଧ୍ୟତାମୂଳକ। ମାତ୍ର ଦିଲ୍ଲୀରେ ଏପରି ଦେଖିବାକୁ ମିଳେ ନାହିଁ। ଦିଲ୍ଲୀରେ ଅନେକ ଇଟାଭାଟି ରହିଛି। ଏହାର ପ୍ରଦୂଷଣ ମଧ୍ୟ ସାରା ସହରକୁ ବ୍ୟାପିଥାଏ।

କୋପେନହାଗେନରେ କୃଷକମାନେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷି ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସ୍‌ କିମ୍ବା ସାରରେ ପରିଣତ କରନ୍ତି। ଏହା ବ୍ୟତୀତ ଏଠାରେ ପରିବେଶ ସୁରକ୍ଷା ବିଷୟରେ ଅନେକ ସଚେତନତା ଅଛି। ଲୋକମାନେ ସଚେତନତା ଅଭିଯାନ ଏବଂ ସ୍ଥାନୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି। ଏଠାରେ ସାଧାରଣ ପରିବହନ, ସାଇକେଲ ଚଲାଇବା ଏବଂ ଚାଲିବା ଉପରେ ପ୍ରାଥମିକତା ଦିଆଯାଇଛି। ଦିଲ୍ଲୀରେ ପରିବେଶ ସଚେତନତାର ଅଭାବ ରହିଛି। ଏଠାକାର ଲୋକମାନେ ପରିବେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଲୋକମାନଙ୍କ ପାଇଁ ଆନର୍ଜନା ସାଧାରଣ କଥା ହୋଇଗଲାଣି।

Share