ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ): ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣଙ୍କୁ ନେଇ ଅଗଷ୍ଟ ୨୧ ଅର୍ଥାତ୍ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗଞ୍ଜାମ ସହରରେ ଭାରତ ବନ୍ଦର ପ୍ରଭାବ ପଡି ନ ଥିବା ପରିଲକ୍ଷିତ ହୋଇଛି । ପୂର୍ବ ସୂଚନା ଅନୁସାରେ ଗଞ୍ଜାମ ଥାନା ପକ୍ଷରୁ ତ୍ରିବେଣୀ ଛକଠାରେ ପୋଲିସ ମୃତୟନ କରାଯାଇଛି । ସହର ଦେଇ ବେସରକାରୀ ବସ ଚଳାଚଳ ହେଉଥୁବା ବେଳେ କାଁ ଭାଁ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅନ୍ୟାନ୍ୟ ଦିନଗୁଡିକ ତୁଳନାରେ ଜାତୀୟ ରାଜପଥରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଟ୍ରକ ଖୁବ କମ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।