ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମୟରେ ଯେଉଁମାନେ ରୁଷିଆ ସେନାରେ ନିଯୁକ୍ତ ହୋଇଥିଲେ ଏବଂ ୟୁକ୍ରେନରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କୁ ରୁଷିଆର ସୀମା ଭିତରକୁ ଅଣାଯାଇଛି।

ତାଙ୍କୁ ୟୁକ୍ରେନର ଫ୍ରଣ୍ଟଲାଇନରୁ ରୁଷିଆର ରୋଷ୍ଟୋଭକୁ ଫେରାଇ ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣ ଭାରତୀୟଙ୍କୁ ରୋଷ୍ଟୋଭକୁ ଅଣାଯାଇଛି। ସମସ୍ତଙ୍କୁ ବସ୍‌ ଯୋଗେ ଫେରାଇ ନିଆଯାଇଛି।

ଏହି ଭାରତୀୟମାନେ ଫୋନ କରି ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଛନ୍ତି। ସୁରକ୍ଷା କର୍ମୀ ଭାବରେ ଚାକିରି ନାମରେ ଏହି ଲୋକଙ୍କୁ ରୁଷିଆ ପଠାଯାଇଥିଲା। ବର୍ତ୍ତମାନ ଏହି ଲୋକମାନଙ୍କୁ ଭାରତ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।

ରୁଷିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରି ଭୋଜନରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଗ୍ରହଣ କରି ରୁଷିଆ ସେନାରେ ଫସି ରହିଥିବା ଭାରତୀୟ ଯୁବକଙ୍କୁ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଜୁଲାଇ ୪ରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ପୂର୍ବରୁ ରୁଷିଆର ପ୍ରତିପକ୍ଷ ସହ ଦୃଢ଼ ଭାବରେ ଏହି ପ୍ରସଙ୍ଗ ଉଠାଇଥିଲେ।

ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷିଆ ପକ୍ଷରୁ ଅତି କମ୍‌ରେ ଦୁଇ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ଯୁଦ୍ଧ ଜୋନ୍‌ରେ ଫସି ରହିଥିବା ୧୦ ହଜାର ଲୋକ ଦାବି କରିଥିଲେ ଯେ, ସେମାନଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ...

ବୁଡିବ ଚାଇନା, ତାଣ୍ଡବ ରଚୁଛି ବେବିଙ୍କା

ବେଜିଂ,୧୬।୯: ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…

ଢାକା,୧୬ା୯: ଶେଖ୍‌ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା...

ଟ୍ରମ୍ପଙ୍କୁ ଗୁଳି କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଜାଣିଲେ ହେବେ ଚକିତ, ରୁଷିଆ ବିରୋଧରେ ଯୁଦ୍ଧ ଲଢିବାକୁ ଚାହୁଁଥିଲେ…

ଓ୍ବାଶିଂଟନ,୧୬।୯: ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କ୍ଲବ ବାହାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଉପରକୁ ଗୁଳି...

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି।...

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍‌...

ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri